ସୁବର୍ଣ୍ଣପୁର ୧୮।୧୦: ଶକ୍ତିପୀଠରେ ଚାଲିଛି ମା'ଙ୍କ ଷୋଡଷ ଉପଚାର ପୂଜା । ଆଶ୍ବୀନ ଚତୁର୍ଥୀ ତିଥିରେ ବୁଧବାର ସୁବର୍ଣ୍ଣପୁରର ଇଷ୍ଟଦେବୀ ମା’ ସୁରେଶ୍ୱରୀ ଭୁବନେଶ୍ଵରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ମଙ୍ଗଳବାର ଷୋଡ଼ଶୀ ବେଶରେ ଦର୍ଶନ ଦେଇଥିବା ବେଳେ ଭୁବନେଶ୍ଵରୀ ବେଶ ଧାରଣ କରିଛନ୍ତି ।
ବୁଧବାର ସକାଳୁ ଭକ୍ତମାନେ ଆରତୀ ନୈବେଦ୍ୟ ଅର୍ପଣ କରିବା ସହିତ ମା’ଙ୍କ ଆର୍ଶୀବାଦ ଲାଭ କରିବା ପାଇଁ ଏହି ପବିତ୍ର ପୀଠରେ ବେଶ ସମାଗମ ହେଉଛି । ବିଭିନ୍ନ ମନ୍ତ୍ର ଧ୍ୱନିରେ ସାରା ସହର ଉତ୍ସବ ମୁଖର ହୋଇଉଠିଛି । ଆଜିର ଦିନରେ ମା’ଙ୍କୁ ଦର୍ଶନ କଲେ ସବୁ ଦୁଃଖ ଚାଲିଯାଏ ବୋଲି ବିଶ୍ୱାସ ରହିଛି । ଘଣ୍ଟ, ବାଦ୍ୟ ଓ ହୁଳହୁଳି ଆଦି ଧ୍ୱନିରେ ସାରା ସହର ଉତ୍ସବ ମୁଖର ହୋଇଉଠିଛି ।
ତେବେ ଦେବୀ ମା’ ଅମାବାସ୍ୟା ତିଥିରେ ଧବଳମୁଖୀ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିବା ବେଳେ ରବିବାର ଶୁକ୍ଳ ପ୍ରତିପଦ ତିଥିରେ ମହାକାଳୀ ବେଶ ଧାରଣ କରିଥିଲେ । ସୋମବାର ଆଶ୍ବୀନ ମାସ ଦ୍ବିତୀୟା ତିଥିରେ ମା’ ସୁରେଶ୍ୱରୀ ତାରା ବେଶରେ ଦର୍ଶନ ଦେଇଥିଲେ । ମା’ଙ୍କ ପୀଠରେ ବଳିଯାତ୍ରାର ପାରମ୍ପରିକ ବାହୁତି ଛତ୍ର ଶୋଭାଯାତ୍ରା କାର୍ଯ୍ୟ ସମ୍ପନ୍ନ ହେବା ପରେ ଦେବୀ ମା’ ସୁରେଶ୍ବରୀ, ମହାଳୟାରୁ ଦଶମୀ ତିଥି ଯାଏଁ ଭିନ୍ନ ଭିନ୍ନ ବେଶ ଧାରଣ କରି ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେବେ ।
You Can Read :
wp:embed {"url":"https://www.prameyanews7.com/man-dead-body-found-from-father-in-laws-village-of-balangir/","type":"wp-embed","providerNameSlug":"prameya-news-7"} /wp:embed