ନୂଆଦିଲ୍ଲୀ: ଦକ୍ଷିଣ ସୁଦାନରେ ଗୃହଯୁଦ୍ଧ ଭିତରେ ଦେଶବାସୀଙ୍କ ଉପରେ ଏୟାରଷ୍ଟ୍ରାଇକ୍ କରିଛି ସୁଦାନ ସେନା। ଏଥିରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ଦୁଇ ସପ୍ତାହ ପୂର୍ବରୁ ଏୟାରଷ୍ଟ୍ରାଇକ୍ ହୋଇଥିବା ଅଞ୍ଚଳରେ ସ୍ଥାନୀୟ ବିଦ୍ରୋହୀ ଓ ସେନା ମଧ୍ୟରେ ଲଢ଼େଇ ହୋଇଥିଲା। ଏଥିରେ ସେନା ଉକ୍ତ ଅଞ୍ଚଳକୁ ଛାଡ଼ି ଚାଲିଯାଇଥିଲା। ଦୁଇ ସପ୍ତାହ ପରେ ସରକାରୀ ସେନା ଏଠାରେ ଏୟାରଷ୍ଟ୍ରାଇକ୍ କରିଛି।
ଇଥିଓପିଆ ସୀମା ନିକଟରେ ଥିବା ନାସିରରେ ଜାତୀୟ ବାହିନୀ ଏବଂ ହ୍ୱାଇଟ୍ ଆର୍ମି ମଧ୍ୟରେ ସଂଘର୍ଷ ହୋଇଥିଲା। ହ୍ୱାଇଟ୍ ଆର୍ମି ହେଉଛି ପ୍ରାୟତଃ ସଶସ୍ତ୍ର ଜାତିଗତ ନୁଏର ଯୁବକମାନଙ୍କୁ ନେଇ ଗଠିତ ଏକ ଗୋଷ୍ଠୀ। ସରକାରଙ୍କ କହିବା ଅନୁସାରେ ପ୍ରଥମ ଉପରାଷ୍ଟ୍ରପତି ରିକ୍ ମାଚାର ହେଉଛନ୍ତି ନୁଏର ସମ୍ପ୍ରଦାୟର। ତାଙ୍କ ଦଳ ହ୍ୱାଇଟ୍ ଆର୍ମି ସହିତ ମିଶି ଏଭଳି ହିଂସାକାଣ୍ଡ ଘଟାଉଛି। ସେପଟେ ମାଚାରଙ୍କ ଦଳ ଏହି ଅଭିଯୋଗକୁ ଖଣ୍ଡନ କରିଛି। ଦକ୍ଷିଣ ସୁଦାନର ସୂଚନା ମନ୍ତ୍ରୀ ମାଇକେଲ ମାକୁଇ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ଫୋରଣ ସମ୍ପର୍କରେ ସୂଚନା ଦେଇଛନ୍ତି। ସୋମବାର ସକାଳେ ବାୟୁସେନା ନାସିର ଉପରେ ବୋମା ମାଡ଼ କରିଥିଲା ବୋଲି ସେ କହିଛନ୍ତି।
ପଢ଼ନ୍ତୁ- ଇସ୍ରାଏଲ୍ ଆଟାକରେ ହମାସ ସରକାରର ମୁଖ୍ୟଙ୍କ ସମେତ ଏକାଧିକ ମନ୍ତ୍ରୀଙ୍କ ମୃତ୍ୟୁ: ଆକ୍ରମଣ ବିଷୟରେ ଜାଣିଥିଲା ଆମେରିକା
ସେହିପରି ନାସିର ସମ୍ପ୍ରଦାୟ ଜଣେ ନେତା କାଙ୍ଗ ୱାନ କହିଛନ୍ତି ଯେ ରବିବାର ବିଳମ୍ବିତ ରାତିରେ ଏହି ବୋମାମାଡ଼ ହୋଇଥିଲା। ଏଥିରେ ୧୯ ଜଣଙ୍କ ମଧ୍ୟରୁ ୧୫ ଜଣଙ୍କର ତୁରନ୍ତ ମୃତ୍ୟୁ ହୋଇଥିଲା। ପରେ ଆହତମାନଙ୍କର ଯନ୍ତ୍ରଣାରେ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ବାସିନ୍ଦା କହିଛନ୍ତି ଯେ ସେମାନେ ୧୬ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଏବଂ ଅନ୍ୟ ତିନି ଜଣଙ୍କର ପରେ ମୃତ୍ୟୁ ହୋଇଥିଲା। ସେମାନେ ସମସ୍ତେ ଜଳି ଯାଇଥିଲେ ବୋଲି ୱାନ ରୟଟର୍ସଙ୍କୁ କହିଛନ୍ତି।