ଡେଙ୍ଗୁ ପାଇଁ କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା, ଖୋଲିବ ସ୍ଵତନ୍ତ୍ର ଟେଷ୍ଟିଂ ସେଣ୍ଟର

Published By : Prameya-News7 Bureau | August 21, 2023 IST

ଭୁବନେଶ୍ୱର ୨୧/୦୮: ରାଜ୍ୟରେ ଡେଙ୍ଗୁ ପାଇଁ ଚାଲିଛି ସ୍ୱତନ୍ତ୍ର ଅଭିଯାନ । ମଙ୍ଗଳବାରଠାରୁ ଡେଙ୍ଗୁ ରୋଗୀଙ୍କ ଲାଗି କ୍ୟାପିଟାଲ ହସ୍ପିଟାଲରେ ଖୋଲିବ ସ୍ଵତନ୍ତ୍ର ଟେଷ୍ଟିଂ ସେଣ୍ଟର । ଦୈନିକ ପ୍ରାୟ ୫୦୦ ଲୋକଙ୍କର ଡେଙ୍ଗୁ ଟେଷ୍ଟ ହେଉଛି । ଭିଡ଼ ଏଡ଼ାଇବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ।

ସେ କହିଛନ୍ତି, ଏବେ ପ୍ରତିଦିନ କ୍ୟାପିଟାଲ ହସ୍ପିଟାଲରେ ୬୦-୭୦ ଜଣ ପଜିଟିଭ ଚିହ୍ନଟ ହେଉଛନ୍ତି । ସେଥିମଧ୍ୟରୁ ପ୍ରାୟ ୧୫ ଜଣ ଆଡ଼ମିଶନ ହେଉଛନ୍ତି । ଏବେ ବେଡ଼ରେ ୬୨ ରୋଗୀ ଅଛନ୍ତି । ସେସବୁକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।

ଗତ କିଛିଦିନ ତଳେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ କ୍ୟାପିଟାଲ ହସ୍ପିଟାଲରେ ବଢିଥିଲା ବେଡ୍ ସଂଖ୍ୟା । ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ସ୍ଵତନ୍ତ୍ର ବେଡ୍ ସଂଖ୍ୟା ବଢ଼ାଇବାକୁ ନିଷ୍ପତ୍ତି ନେଇଛି କ୍ୟାପିଟାଲ ହସ୍ପିଟାଲ । ପୂର୍ବରୁ ଏଠାରେ ଡେଙ୍ଗୁ ରୋଗୀଙ୍କ ଲାଗି ୫୦ଟି ସ୍ଵତନ୍ତ୍ର ବେଡ୍ ଥିବା ବେଳେ ଖୁବଶୀଘ୍ର ୨୦ ବେଡ୍ ବଢ଼ାଇ ୭୦ରେ ପହଞ୍ଚାଇବାକୁ ଯୋଜନା କରାଯାଇଥିଲା ।

you can also read...

wp:embed {"url":"https://www.prameyanews7.com/number-of-bed-for-dengue-patients-will-increase-in-capital-hospital/","type":"wp-embed","providerNameSlug":"prameya-news-7"}
https://www.prameyanews7.com/number-of-bed-for-dengue-patients-will-increase-in-capital-hospital/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.