ପ୍ରବଳ ବର୍ଷା ନେଇ ସତର୍କତା, ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଏସଆରସିଙ୍କ ଚିଠି

Published By : Prameya-News7 Bureau | July 15, 2023 IST

ଭୁବନେଶ୍ବର ୧୫।୭: ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ କଲେ ସରକାର । ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଲେ ସ୍ବତନ୍ତ୍ର ରିଲିଫ୍ କମିଶନର । ୧୫ରୁ ୧୯ ତାରିଖ ଯାଏଁ ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବର୍ଷା ଲାଗି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଆବଶ୍ୟକ ହେଲେ ତଳିଆ ଅଞ୍ଚଳରୁ ସ୍ଥାନାନ୍ତର କରାଯିବାକୁ ମଧ୍ୟ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ନାଳ ସଫା କରିବା ସହ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଉ ବୋଲି ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି ।

ସେପଟେ ୧୮ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ବାୟୁମଣ୍ଡଳରେ ୫.୮ କି.ମି. ଉଚ୍ଚତା ଯାଏଁ ସକ୍ରିୟ ଘୂର୍ଣ୍ଣିବଳୟ । ଆଗାମୀ ୨ ରୁ ୩ ଦିନ ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରି ଉତ୍ତର ଓଡିଶା ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟାକା ଏବଂ ଝାଡ଼ଖଣ୍ଡ ମଧ୍ୟଦେଇ ଗତି କରିବାରେ ସମ୍ଭାବନା ରହିଛି ।

wp:embed {"url":"https://www.prameyanews7.com/weather-update-in-odisha-294/","type":"wp-embed","providerNameSlug":"prameya-news-7"}
https://www.prameyanews7.com/weather-update-in-odisha-294/
/wp:embed

ମୌସୁମୀ ନିମ୍ନ ଚାପ ରେଖା ଆଜି ତାର ସାଧାରଣ ଅବସ୍ଥାନକୁ ଫେରିବା ସହ ଏହା ରାଜସ୍ଥାନର ଗଙ୍ଗାନଗରରୁ ବାହାରି ହିସାର, ଆଲିଗଡ, ଓରାଇ, ସିଦ୍ଧି, ଡଲଟନଗଂଜ ମଧ୍ୟଦେଇ ପଶ୍ଚିମବଙ୍ଗର ଦିଘାରୁ ଦକ୍ଷିଣପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି ଏବଂ ଏହା ବାୟୁମଣ୍ଡଳରେ ୦.୯ କିମି ଯାଏଁ ବ୍ୟାପିଛି ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୯.୧ ମି.ମି. ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୧୧.୯ ମି.ମି. ତୁଳନାରେ ୨୧ ପ୍ରତିଶତ କମ୍ ରହିଛି । ଲଗାଣ ବର୍ଷାରେ କେତେକ ଅଞ୍ଚଳ ଜଳମଗ୍ନ ହୋଇଛି । ରାଜମହଲରୁ ମାଷ୍ଟର କ୍ୟାଣ୍ଟିନ ସହ ପୁରୁଣା ଭୁବନେଶ୍ୱର ଜଳମଗ୍ନ ହୋଇଛି। ଗୋସାଗରେଶ୍ବର ଛକ, ୟୁନିଟ -୮ ଡିଏଭି ସ୍କୁଲ ଓ ଇସ୍କନ ମନ୍ଦିର ସମ୍ମୁଖରେ ପ୍ରବଳ ମାତ୍ରାରେ ପାଣି ଜମି ରହିଛି। ବର୍ଷା ପାଇଁ ଯୋଗୁଁ ଟ୍ରାଫିକ ଜାମ୍ ହୋଇ ଯାତାୟତ ବାଧାପ୍ରାପ୍ତ ହୋଇଛି।

ସେପଟେ ବର୍ଷା ନେଇ ୨୧ ଜିଲ୍ଲାକୁ ଆଲର୍ଟ କରିଛି ପାଣିପାଗ ବିଭାଗ। ୧୬ ଓ ୧୭ ତାରିଖରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ରବିବାର ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।

{"id":817334,"sizeSlug":"large","linkDestination":"none"}
{"id":817335,"sizeSlug":"large","linkDestination":"none"}

You Can Read :

wp:embed {"url":"https://www.prameyanews7.com/heavy-rainfall-alert-for-odisha/","type":"wp-embed","providerNameSlug":"prameya-news-7"}
https://www.prameyanews7.com/heavy-rainfall-alert-for-odisha/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.