ଆଜିଠୁ ନୂଆ ଅଧ୍ୟାୟ, ଟସ୍ ଜିତିଲା ଶ୍ରୀଲଙ୍କା; ପ୍ରଥମେ ବ୍ୟାଟିଂ କରିବ ଭାରତ; ସଞ୍ଜୁ ସାମସନ ବାଦ୍

Published By : Prameya-News7 Bureau | July 27, 2024 IST

aajtak

ନୂଆଦିଲ୍ଲୀ:ରୋଇ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ । ଭାରତୀୟ ସମୟ ରାତି ୭ଟାରେ ମ୍ୟାଚ୍‌ ଆରମ୍ଭ ହେବ । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ବିଜୟ ସହ ଭାରତୀୟ ଟି-ଟ୍ୱେଣ୍ଟି କ୍ରିକେଟ୍‌ର ଏକ ଅଧ୍ୟାୟ ଶେଷ ହୋଇଛି । ଆଜିଠୁ ନୂତନ ଅଧ୍ୟାୟର ଆରମ୍ଭ ହେବ । ନୂଆ କୋଚ୍‌ ଗୌତମ ଗମ୍ଭୀର ଓ ନୂଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟି-ଟ୍ୱେଣ୍ଟି କ୍ରିକେଟ୍‌କୁ ସଫଳତାର ଶିଖରରେ ପହଞ୍ଚାଇବାକୁ ଉଦ୍ୟମ କରିବେ । ଆଜିର ମ୍ୟାଚ୍‌ରେ ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଚୂଡ଼ାନ୍ତ ଏକାଦଶରେ ଶୁବମ ଦୁବେଙ୍କ ବଦଳରେ ରିୟାନ ପରାଗଙ୍କୁ ସୁଯୋଗ ମିଳିଛି। 

ସୂର୍ଯ୍ୟକୁମାର ପୂର୍ବରୁ କାମଚଳା ଅଧିନାୟକ ଭାବେ ୭ଟି ମ୍ୟାଚ୍‌ର ନେତୃତ୍ୱ ନେଇସାରିଛନ୍ତି । ଏଥର ସେ ସ୍ଥାୟୀ ଅଧିନାୟକ ଭାବେ କାର୍ଯ୍ୟ ଆରମ୍ଭ କରିବେ । ଶ୍ରୀଲଙ୍କା ମଧ୍ୟ ଏକ ଅନଭିଜ୍ଞ ଦଳ ସହ ଗ୍ରାଉଣ୍ଡକୁ ଓହ୍ଲାଇବ । କିଛି ପ୍ରମୁଖ ଖେଳାଳି ଆହତ ଅଛନ୍ତି ଓ ଆଉ କିଛି ବାଦ ପଡ଼ିଛନ୍ତି । ଆଞ୍ଜେଲୋ ମାଥ୍ୟୁସ୍‌ଙ୍କୁ ବାଦ ଦିଆଯାଇଛି । ୱାନିଣ୍ଡୁ ହସରଙ୍ଗାଙ୍କ ସ୍ଥାନରେ ଚରିଥ ଆଶାଲଙ୍କାଙ୍କୁ ନୂଆ ଅଧିନାୟକ ନିଯୁକ୍ତ କରାଯାଇଛି । 

ସେହିପରି ସନଥ ଜୟସୂରିୟା ନୂଆ ଅସ୍ଥାୟୀ କୋଚ୍‌ ଭାବେ କାର୍ଯ୍ୟ ଆରମ୍ଭ କରବାକୁ ଯାଉଛନ୍ତି । ରୋହିତ ଶର୍ମା ଓ ବିରାଟ କୋହଲି ଟି-ଟ୍ୱେଣ୍ଟିରୁ ଅବସର ନେଇ ସାରିଥିବାରୁ ଆସନ୍ତା କାଲି ଦୁଇ ଯୁବ ବ୍ୟାଟର ଯଶସ୍ୱୀ ଜୈସ୍ୱାଲ୍‌ ଓ ଶୁଭମନ ଗିଲ୍‌ ପାଳି ଆରମ୍ଭ କରିବେ । ଭାରତ ୩ସ୍ପିନର ନେଇ ଖେଳିବା ନିଶ୍ଚିତ । ଶ୍ରୀଲଙ୍କା ଦଳର ବ୍ୟାଟିଂ ବିଭାଗ ବେଶ୍‌ ସୁଦୃଢ ରହିଛି । ମାତ୍ର ବୋଲରମାନେ ମ୍ୟାଚ ଫଳାଫଳ ନିର୍ଦ୍ଧାରଣ କରିବେ । 

ବିଶେଷ କରି ମଥିଶା ପତିରଣା, ହସରଙ୍ଗା ଓ ମହୀଶ ତୀକ୍ଷଣାଙ୍କ ଉପରେ ଶ୍ରୀଲଙ୍କାର ବୋଲିଂ ବିଭାଗ ନିର୍ଭର କରିବ । ପାଲେକେଲେ ପିଚ୍‌ ବ୍ୟାଟିଂ ପାଇଁ ବେଶ୍‌ ଅନୁକୂଳ ରହିଥିଲେ ହେଁ ସ୍ପିନରମାନେ ଯଥେଷ୍ଟ ଫାଇଦା ଉଠାଇ ପାରିବେ । ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । 

ଭାରତ: ଯଶସ୍ୱୀ ଜୈସ୍ୱାଲ୍‌, ଶୁଭମନ ଗିଲ୍‌, ରିଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ରିୟାନ ପରାଗ, ରିଙ୍କୁ ସିଂ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ରବି ବିଷ୍ଣୋଇ, ମହମ୍ମଦ ସିରାଜ । 

ଶ୍ରୀଲଙ୍କା: ପଥୁମ ନିଶଙ୍କା, କୁଶଲ ମେଣ୍ଡିସ୍‌, କୁଶଲ ପେରେରା, କାମିନ୍ଦୁ ମେଣ୍ଡିସ, ଚରିଥ ଆଶାଲଙ୍କା(ଅଧିନାୟକ), ଡାସୁନ ଶଣକା, ୱାନିଣ୍ଡୁ ହସରଙ୍ଗା, ମହୀଶ ତୀକ୍ଷଣା, ମଥିସା ପାଥିରାନା,  ଆସିଥା ଫର୍ଣ୍ଣାଣ୍ଡେ, ଦିଲସାନ ମଦୁଶଙ୍କା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.