ବଜେଟ୍ ପାଇଁ ଖୋଲା ସେୟାର ମାର୍କେଟ, ସକାଳ ୯ଟା୧୫ରୁ ମଧ୍ୟାହ୍ନ ସାଢେ ୩ଟା ଯାଏ କାରବାର

Published By : Prameya-News7 Bureau | February 01, 2025 IST

ନୂଆଦିଲ୍ଲୀ୧/୨: ସାଧାରଣତଃ ସେୟାର ବଜାର ଶନିବାର ଓ ରବିବାର ଛୁଟି ଥାଏ । ହେଲେ ଏଥର ବଜେଟ୍‌ ପାଇଁ ଖୋଲା ରହିବ ସେୟାର ମାର୍କେଟ । ସେୟାର ମାର୍କେଟର BSE (ବମ୍ବେ ଷ୍ଟକ ଏକ୍ସଚେଞ୍ଜ) ଓ NSE(ନାସନାଲ ଷ୍ଟକ ଏକ୍ସଚେଞ୍ଜ)ରେ କାରବାର ହେବା ନେଇ ସୂଚନା ରହିଛି । 

ବଜେଟ୍‌-୨୦୨୫କୁ ଧ୍ୟାନରେ ରଖି ଶନିବାର ପୁରା ଦିନ କାରବାର ଚାଲିବା ନେଇ ଘୋଷଣା କରାଯାଇଛି । ଶନିବାର ଲାଇଭ ଟ୍ରେଡିଂ ହେବ । ଅନ୍ୟ ଦିନ ପରି ସେୟାର ମାର୍କେଟ ସ୍ବାଭାବିକ ସମୟରେ ଖୋଲିଛି । ସକାଳ ୯ଟା୧୫ ମିନିଟରୁ ମଧ୍ୟାହ୍ନ ୩ଟା ୩୦ ମିନିଟ ଯାଏ କାରବାର ଚାଲିବ ।  

କାରଣ ସେୟାର ମାର୍କେଟ ଉପରେ ବଜେଟ୍‌ ପ୍ରଭାବ ପକାଇଥାଏ । ବଜେଟ୍‌ ବଜାରର ଦିଶା ନିର୍ଦ୍ଧାରଣ କରିଥାଏ । । 

ଶନିବାର ସେୟାର ମାର୍କେଟ ଖୋଲିବା ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ବଜେଟ୍‌ ଯୋଗୁ ୨୦୨୦ ଫେବ୍ରୁଆରୀ ୧ ଓ ,୨୦୧୫ ଫେବ୍ରୁଆରୀ ୨୮ ଶନିବାର ସେୟାର ମାର୍କେଟ ଖୋଲା ଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.