ରହସ୍ୟରେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ, ପୋଷ୍ଟମର୍ଟମ ରିପୋର୍ଟରୁ ଖୋଲିବ ଗୁମର...

Published By : Prameya-News7 Bureau | August 06, 2023 IST

ଭୁବନେଶ୍ୱର ୦୬।୦୮ : ଭୁବନେଶ୍ବର କଳ୍ପନା ଛକ ଦିପାଲୀ ହୋଟେଲ ରୁମରୁ ମହିଳାଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାରେ ତଦନ୍ତ ଚାଲିଛି । ୧୮ ବର୍ଷୀୟ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ନେଇ ସନ୍ଦେହ ବଢିଛି । କାହିଁକି ଆତ୍ମହତ୍ୟା କଲେ ଶୁଭଲକ୍ଷ୍ମୀ ? ସେନେଇ ସସ୍‌ପେନ୍ସ ବଢିବାରେ ଲାଗିଛି ।

ସେପଟେ ସାମ୍ନାକୁ ଆସିଛି ଶୁଭଲକ୍ଷ୍ମୀଙ୍କ ରିଲ୍ ଭିଡିଓ । ରିଲରେ ସେ ଖୁସ ମିଜାଜ୍ ଦେଖାଯାଉଛନ୍ତି । ଶନିବାର ଲକ୍ଷ୍ମୀସାଗର କଟକ ରୋଡ଼ ସ୍ଥିତ ହୋଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା। ଘଟଣାସ୍ଥଳରେ ଲକ୍ଷ୍ମୀସାଗର ଥାନା ପୋଲିସ ପହଁଚି ତଦନ୍ତ କରିଛି । ମୃତ୍ୟୁର କାରଣ ଜଣା ପଡିନାହିଁ । ଯୁବତୀଙ୍କ ନା ଶୁଭଲକ୍ଷ୍ମୀ ସାହୁଙ୍କ ଘର ଭଦ୍ରକ କୁଆବାଗସାରେ । ଶନିବାର ସେ ଗେଷ୍ଟ ହିସାବରେ ହୋଟେଲ ରେଜିଷ୍ଟର୍ ରେ ଏଣ୍ଟ୍ରି କରିଥିଲେ । ପୋଷ୍ଟମର୍ଟମ ରିପୋର୍ଟରୁ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁର କାରଣ ଜଣାପଡିବ ।

wp:embed {"url":"https://www.prameyanews7.com/police-and-local-face-off-in-kalyansinghpur-area/","type":"wp-embed","providerNameSlug":"prameya-news-7"}
https://www.prameyanews7.com/police-and-local-face-off-in-kalyansinghpur-area/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.