ଏସ୍.ଜୟଶଙ୍କରଙ୍କୁ ନେଇ ସୁବ୍ରମଣ୍ୟମ ସ୍ୱାମୀଙ୍କ ବିବାଦୀୟ ଟ୍ୱିଟ୍‌, ଟ୍ରୋଲ କଲେ ୟୁଜର

Published By : Prameya-News7 Bureau | May 07, 2023 IST

ନୂଆଦିଲ୍ଲୀ ୭।୫: ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଟ୍ୱିଟରରେ ତାଙ୍କରଏକ ଟ୍ୱିଟ୍‌କୁ ନେଇ ୟୁଜରଙ୍କ ଟାର୍ଗେଟକୁ ଆସିଯାଇଛନ୍ତି। ନିକଟରେ ଗୋଆରେ ଅନୁଷ୍ଠିତ ସାଂଘାଇ ଶିଖର ସମ୍ମିଳନୀ (ଏସସିଓ)ରେ ଯୋଗ ଦେବାକୁ ପାକ୍ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ଭାରତ ଗସ୍ତରେ ଆସିଥିଲେ। ଏହାକୁ ନେଇ ସୁବ୍ରମଣ୍ୟମ ସ୍ୱାମୀ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଉପରେ ଏକ ଟ୍ୱିଟ୍‌ ପୋଷ୍ଟ କରିଥିଲେ। ଯେଉଁଥିରେ ଏସ. ଜୟଶଙ୍କରଙ୍କୁ  ସ୍ୱାମୀ ‘ଗ୍ଲୋରିଫାଏଡ୍ ୱେଟର’ ବୋଲି ଉଲ୍ଲେଖ କରିଥିଲେ। ସ୍ୱାମୀଙ୍କ ଏତିକି କଥାକୁ ଟ୍ୱିଟର ୟୁଜରମାନେ ତାଙ୍କୁ ଘେରି ଯାଇଛନ୍ତି।

ସୁବ୍ରମଣ୍ୟମ ସ୍ୱାମୀ ତାଙ୍କ ଟ୍ୱିଟରେ ଯେଉଁ ପୋଷ୍ଟ କରିଛନ୍ତି ସେଥିରେ ଏସସିଓ ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଆସିଥିବା ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲାୱଲ ଭୁଟ୍ଟୋଙ୍କ ଆଗମନରେ ଗ୍ଲୋରିଫାଏଡ ୱେଟର ଜୟଶଙ୍କର ଜୁଟିଯାଇଥିଲେ ବୋଲି ଉଲ୍ଲେଖ କରିଛନ୍ତି। ସେ ବିଲାୱଲଙ୍କୁ ନମସ୍ତେ କରିବା ପରିବର୍ତ୍ତେ ତାଙ୍କ ସହ ହାତ ମିଳାଇଥିଲେ। ଯେବେ ବିଲାୱଲ ପାକିସ୍ତାନ ଯିବାକୁ ବାହାରିଲେ ତା ପୂର୍ବରୁ ଗଣମାଧ୍ୟମ ସହ ଆଲୋଚନାରେ ୱେଟରଙ୍କ ସାମ୍ନାରେ ଗାଳି ଦେବାକୁ ଲାଗିଥିଲେ ବୋଲି ସୁବ୍ରମଣ୍ୟମ ସ୍ୱାମୀ ଉଲ୍ଲେଖ କରିଛନ୍ତି।

wp:html /wp:html

ତେବେ ଜୟଶଙ୍କରଙ୍କୁ ସୁବ୍ରମଣ୍ୟମ ସ୍ୱାମୀ ଗ୍ଲୋରିଫାଏଡ ୱେଟର କହିବା ପରେ ଟ୍ୱିଟର ୟୁଜର ସ୍ୱାମୀଙ୍କୁ ଖୁବ୍ ଏଣୁତେଣୁ ଲେଖୁଛନ୍ତି। ଏଥିରେ ଜଣେ ୟୁଜର ବିଦେଶ ମନ୍ତ୍ରୀଙ୍କୁ ୱେଟର କହିବା କେଉଁ ହିନ୍ଦୁ ଶିଷ୍ଟାଚାରର ନମୁନା ବୋଲି ଉଲ୍ଲେଖ କରିଛନ୍ତି। କେବଳ ଏତିକି ନୁହେଁ ଅନ୍ୟ ଜଣେ ୟୁଜର ବିଦେଶ ମନ୍ତ୍ରୀଙ୍କ ବିରୋଧରେ ଆପଣଙ୍କ ଭାଷା ଅନୁଚିତ ବୋଲି ଉଲ୍ଲେଖ କରିଛନ୍ତି। ତେବେ ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଏସସିଓ ସମ୍ମିଳନୀରେ ଆତଙ୍କବାଦ ବିଶ୍ୱ ଲାଗି ବିପଦଜନକ ବୋଲି କହିଥିଲେ।

ସେ କହିଥିଲେ ଯେ ଏହାକୁ କୌଣସି ଦୃଷ୍ଟିରୁ ଉଚିତ ବୋଲି କୁହାଯାଇ ପାରିବନି। ଏଣୁ ଆତଙ୍କବାଦର ପ୍ରତ୍ୟେକ ଚେହାର ସହ ଲଢିବା ଓ ଯେ କୌଣସି ପରିସ୍ଥିତିରେ ଏହାକୁ ରୋକିବାକୁ ହେବ ବୋଲି କହିଥିଲେ। ଏଣୁ ସୀମାପାର ଆତଙ୍କବାଦକୁ ମଧ୍ୟ ଆମକୁ ରୋକିବାକୁ ହେବ ବୋଲି ଜୟଶଙ୍କର କହିଥିଲେ। ସମ୍ମିଳନୀକୁ ଜୟଶଙ୍କର ସମ୍ବୋଧିତ କରୁଥିବା ବେଳେ ଚୀନ, ଋଷିଆ ଓ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.