ସୋସିଆଲ ମିଡିଆରେ ଭାଇରାଲ ହେଉଛି ସୁନିତା ୱିଲିୟମସ୍ ଙ୍କ ନୂଆ ଫଟୋ, ତାଙ୍କ ସ୍ୱାସ୍ଥ୍ୟକୁ ନେଇ NASA ଚିନ୍ତିତ

Published By : Prameya-News7 Bureau | November 09, 2024 IST

ୱାସିଂଟନ ୯।୧୧: ଆମେରିକୀୟ ମହାକାଶ ଗବେଷଣା ଏଜେନ୍ସୀ ନାସାଙ୍କ ମହାକାଶଚାରୀ ସୁନୀତା ୱିଲିୟମସ୍ ଙ୍କ ଭାଇରାଲ ଫଟୋ ଦେଖିଲେ ଆପଣ ତାଙ୍କୁ ଏବେ ଚିହ୍ନି ପାରିବେ ନାହିଁ। ଫଟୋରୁ ଯାହା ଜଣା ପଡୁଛି ତାଙ୍କ ଶରୀରରେ ଏବେ କେବଳ ହାଡ଼ ଓ ଚର୍ମ ଯାହା ଅଛି। ସେ ବେଶ୍ ଦୁର୍ବଳ ହୋଇ ପଡିଛନ୍ତି। ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଯାହା କୁହାଯାଉଛି ସେ ଏବେ କେବଳ ତାଙ୍କ ଓଜନ ସ୍ଥିର ରଖିବାକୁ ଉଦ୍ୟମ କରନ୍ତୁ। ତେବେ ମହାକାଶ ଯାତ୍ରୀଙ୍କ ସମସ୍ୟ ହେଉଛି ସେମାନେ ଖାଦ୍ୟରେ ଯେତିକି କ୍ୟାଲୋରୀ ନିଅନ୍ତି ତାହାଠୁ ଅଧିକ କ୍ୟାଲୋରୀ ବର୍ଣ୍ଣ ହୋଇଯାଏ। 

ଏଣୁ ମହାକାଶଚାରୀଙ୍କୁ ସେମାନଙ୍କ ଓଜନ ସ୍ୱଭାବିକ ରଖିବା କଷ୍ଟକର ହୋଇପଡେ। ସୁନୀତା ୱିଲିୟମସ୍‌ ଙ୍କ ଏବେକା ଛବିରୁ ନାସାର ଡାକ୍ତର ତାଙ୍କ ଓଜନ ବଢାଇବାକୁ ପୁରା ସହାୟତା କରୁଛନ୍ତି। ସୁନୀତା ଜୁନ ମାସରେ ମହାକାଶକୁ ଯାଇଥିଲେ ଏବେ ନଭେମ୍ବର ମାସ ହେଲାଣି। ମହାକାଶ କେନ୍ଦ୍ରରେ ସୁନୀତା ଏ ପର୍ଯ୍ୟନ୍ତ ୧୫୫ ଦିନ ବିତାଇ ସାରିଲେଣି। ସେପ୍ଟେମ୍ବର ମାସରେ ଯେତେବେଳେ ତାଙ୍କର ପ୍ରଥମ ଚିତ୍ର ଆସିଥିଲା ନାସା ସେବେଠାରୁ ତାଙ୍କର ଓଜନ ହ୍ରାସ ନିୟନ୍ତ୍ରଣ ଲାଗି ଉଦ୍ୟମ ଆରମ୍ଭ କରିଥିଲା। 


ନାସା ଅଧିକାରୀମାନେ କହିଛନ୍ତି ଯେ ସୁନୀତା ୱିଲିୟମସ୍‌ ଙ୍କ ହ୍ରାସ ହେଉଥିବା ଓଜନକୁ ନେଇ ସେମାନେ ଚିନ୍ତିତ। ହେଲେ ଏଥି ଯୋଗୁ ତାଙ୍କ ଜୀବନ ପ୍ରତି ସେପରି କୌଣସି ବିପଦ ନାହିଁ। ତେବେ ତାଙ୍କ ଓଜନ ସଠିକ ରଖିବା ପାଇଁ ସୁନୀତାଙ୍କୁ ଏବେ ଦୈନିକ ୫ ହଜାର କ୍ୟାଲୋରୀ ଖାଇବାକୁ ପରାମର୍ଶ ଦିଆଯାଉଛି। ସୁନୀତା ଯେବେ ଜୁନ ମାସରେ ମିସନ ଆରମ୍ଭ କରିଥିଲେ ସେତେବେଳେ ତାଙ୍କ ଓଜନ ୧୪୦ ପାଉଣ୍ଡ ଅର୍ଥାତ ୬୩ କେଜିରୁ ସାମାନ୍ୟ ଅଧିକ ଥିଲା। 


ମହାକାଶକୁ ଯିବା ଯୋଗୁ ତାଙ୍କ ମେଟାବଲିଜିମ ଉପରେ ପ୍ରଭାବ ପଡେ ଓ ଶରୀରକୁ ମିଳିବାକୁ ଥିବା ଶକ୍ତି କ୍ଷୟ ହୋଇଥାଏ। ମହାକାଶରେ ଗୁରୁତ୍ୱାକର୍ଷଣ ଦୁର୍ବଳ ଥାଏ। ଏଣୁ ଶରୀରର ଉପର ଅଂଶରେ ତରଳ ପଦାର୍ଥ ଜମା ହେବାକୁ ଲାଗିଥାଏ। ଗୁରୁତ୍ୱାକର୍ଷଣ ନଥିବା ଯୋଗୁ ହାଡ ମଧ୍ୟ ଦୁର୍ବଳ ହୋଇଥାଏ ସାଙ୍ଗକୁ ରକ୍ତଚାପ ଉପରେ ପ୍ରଭାବ ପଡିଥାଏ। ଏହି ସବୁ କାରଣରୁ ମହାକାଶରେ ଯାତ୍ରୀଙ୍କୁ ଅଧିକ କ୍ୟାଲୋରୀର ଆବଶ୍ୟକତା ପଡିଥାଏ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.