ମୁମ୍ଵାଇ ୨୧।୦୮: ବଲିଉଡ ସୁପରଷ୍ଟାର ସନ୍ନି ଦେଓଲ। ବର୍ତ୍ତମାନ ତାଙ୍କ ଜୁହୁ ବଙ୍ଗଳା ନିଲାମକୁ ବାତିଲ କରାଯାଇଛି। ୨୪ ଘଣ୍ଟା ମଧ୍ୟରେ ବ୍ୟାଙ୍କ ନିଜର ନିଷ୍ପତ୍ତି ବଦଳାଇ ଦେଇଛି। ଯାହା ଉପରେ କଂଗ୍ରେସ ଦଳ ଏବେ ପ୍ରଶ୍ନ ଉଠାଇଛି । କଂଗ୍ରେସ ନେତା ଜୟରାମ ରମେଶ ଟ୍ୱିଟ୍ କରି ପ୍ରଶ୍ନ ଉଠାଇଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ କେଉଁ ପ୍ରକାରର କାରଣ ଦେଖାଗଲା, ଯେଉଁଥି ପାଇଁ ନିଲାମ ବନ୍ଦ ହୋଇଗଲା।
ନିକଟରେ ଅଗଷ୍ଟ ୨୦ରେ ଖବର ଆସିଥିଲା ଯେ ବ୍ୟାଙ୍କ ଅଫ୍ ବରୋଦା ସନି ଦେଓଲଙ୍କୁ ନୋଟିସ ଜାରି କରିଛି। ୫୬ କୋଟି ଋଣ ନେଇଥିଲେ, ଯାହା ସେ ପରିଶୋଧ କରିନଥିଲେ । ସେହି ବିଷୟରେ ତାଙ୍କ ବଙ୍ଗଳା ନିଲାମ କରାଯିବ ବୋଲି ନୋଟିସରେ କୁହାଯାଇଛି। ନିଲାମର ତାରିଖ ମଧ୍ୟ ପ୍ରକାଶ ପାଇଛି। ୨୫ ସେପ୍ଟେମ୍ବରରେ ଏକ ଇ-ନିଲାମ ହେବ ବୋଲି କୁହାଯାଇଥିଲା। କିନ୍ତୁ ଅଗଷ୍ଟ ୨୧ ଦିନ ସକାଳେ ଖବର ଆସିଥିଲା ଯେ ବ୍ୟାଙ୍କ ନିଲାମକୁ ରୋକ ଲଗାଇଥିଲା। ଏବେ ଟୁଇଟ୍ କରିବାବେଳେ କଂଗ୍ରେସ ନେତା ଜୟରାମ ରମେଶ ପ୍ରଶ୍ନ ଉଠାଇଛନ୍ତି।
wp:html/wp:htmlYesterday afternoon the nation got to know that Bank of Baroda had put up the Juhu residence of BJP MP Sunny Deol for e-auction since he has not paid up Rs 56 crore owed to the Bank.
— Jairam Ramesh (@Jairam_Ramesh) August 21, 2023
This morning, in less than 24 hours, the nation has got to know that the Bank of Baroda has…
ତେବେ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସନ୍ନି ଦେଓଲଙ୍କ ଫିଲ୍ମ ଗଦର ୨ ଧମାଲ କରି ଚାଲିଛି। ପ୍ରାୟ ୮୦ କୋଟି ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରଟି ମାତ୍ର ୧୦ ଦିନ ମଧ୍ୟରେ ୩୭୭ କୋଟି ବ୍ୟବସାୟ କରିଛି । ଅନୁମାନ କରାଯାଉଛି ଯେ ଖୁବ ଶୀଘ୍ର ଏହି ଫିଲ୍ମ ୪୦୦ କୋଟି ଟଙ୍କା ଅତିକ୍ରମ କରିବ।
wp:embed {"url":"https://www.prameyanews7.com/bjp-government-minister-gave-strange-advice-to-the-youth/","type":"wp-embed","providerNameSlug":"prameya-news-7"} /wp:embed