ଟି-୨୦ ବିଶ୍ଵକପ୍‌ରେ ସୁପର-୮ରେ କେବେ କେଉଁ ଦଳର ରହିଛି ମୁକାବିଲା ? ଜାଣନ୍ତୁ ପୁରା ସିଡ୍ୟୁଲ

Published By : Prameya-News7 Bureau | June 16, 2024 IST

abp live

ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍ ୨୦୨୪ରେ  ଜୁନ ୧୯ରୁ ଆରମ୍ଭ  ହେବ ସୁପର-୮ ମ୍ୟାଚ୍। ସୁପର-୮ ପାଇଁ ଭାରତ, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଓ୍ଵେଷ୍ଟଇଣ୍ଡିଜ, ଆମେରିକା ଓ ଇଂଲଣ୍ଡ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ଅଷ୍ଟମ ଦଳ ଭାବେ ବାଂଲାଦେଶ ସୁପର-୮ରେ ପ୍ରବେଶ କରିପାରେ। ଆସନ୍ତୁ ଜାଣିବା ସୁପର-୮ରେ କାହା ସହ ହେବ କାହାର ମୁକାବିଲା।

ସୁପର-୮ ରାଉଣ୍ଡରେ ୮ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି।  ପ୍ରତି ଦଳ ଖେଳିବେ ତିନୋଟି ଲେଖାଏଁ ମ୍ୟାଚ୍। ଏହା ପରେ ଦୁଇ ଗ୍ରୁପରୁ ଶୀର୍ଷରେ ଥିବା ଦୁଇ ଦୁଇ ଟିମ୍ ସେମି ଫାଇନାଲ୍‌ରେ ପହଞ୍ଚିବେ। ଫାଇନାଲ୍ ମ୍ୟାଚ୍ ଜୁନ ୨୯ ତାରିଖରେ ଭାରତୀୟ ସମୟ ରାତି ସାଢେ ୭ଟାରେ ଖେଳାଯିବ।

ସୁପର-୮ରେ ଆମେରିକାର ମ୍ୟାଚ୍

ଜୁନ ୧୯- ଆମେରିକା ବନାମ ଦକ୍ଷିଣ ଆଫ୍ରିକା

ଜୁନ ୨୧- ଆମେରିକା ବନାମ ଓ୍ଵେଷ୍ଟଇଣ୍ଡିଜ

ଜୁନ ୨୩- ଆମେରିକା ବନାମ ଇଂଲଣ୍ଡ

ସୁପର-୮ରେ ଓ୍ଵେଷ୍ଟଇଣ୍ଡିଜର ମ୍ୟାଚ୍

ଜୁନ ୧୯- ଇଂଲଣ୍ଡ ବନାମ ଓ୍ଵେଷ୍ଟଇଣ୍ଡିଜ

ଜୁନ ୨୧- ଆମେରିକା ବନାମ ଓ୍ଵେଷ୍ଟଇଣ୍ଡିଜ

ଜୁନ ୨୩- ଦକ୍ଷିଣ ଆଫ୍ରିକା ବନାମ ଓ୍ଵେଷ୍ଟଇଣ୍ଡିଜ

ସୁପର-୮ରେ ଦକ୍ଷିଣ ଆଫ୍ରିକା ମ୍ୟାଚ୍

ଜୁନ ୧୯- ଦକ୍ଷିଣ ଆଫ୍ରିକା ବନାମ ଆମେରିକା 

ଜୁନ ୨୧- ଦକ୍ଷିଣ ଆଫ୍ରିକା ବନାମ ଇଂଲଣ୍ଡ

ଜୁନ ୨୩- ଦକ୍ଷିଣ ଆଫ୍ରିକା ବନାମ ଓ୍ଵେଷ୍ଟଇଣ୍ଡିଜ 

ସୁପର-୮ରେ ଆଫଗାନିସ୍ତାନର ମ୍ୟାଚ୍

ଜୁନ ୨୦- ଆଫଗାନିସ୍ତାନ ବନାମ ଭାରତ

ଜୁନ ୨୨- ଆଫଗାନିସ୍ତାନ ବନାମ ଅଷ୍ଟ୍ରେଲିଆ

ଜୁନ ୨୪- ଆଫଗାନିସ୍ତାନ ବନାମ ବାଂଲାଦେଶ/ନେଦରଲ୍ୟାଣ୍ଡ

ସୁପର-୮ରେ ଇଂଲଣ୍ଡର ମ୍ୟାଚ୍

ଜୁନ ୧୯- ଇଂଲଣ୍ଡ ବନାମ ଓ୍ଵେଷ୍ଟଇଣ୍ଡିଜ

ଜୁନ ୨୧- ଇଂଲଣ୍ଡ ବନାମ ଦକ୍ଷିଣ ଆଫ୍ରିକା

ଜୁନ ୨୩୦ ଇଂଲଣ୍ଡ ବନାମ  ଆମେରିକା

ସୁପର-୮ର ଭାରତର ମ୍ୟାଚ୍

ଜୁନ ୨୦- ଭାରତ ବନାମ ଆଫଗାନିସ୍ତାନ

ଜୁନ ୨୨- ଭାରତ ବନାମ ବାଂଲାଦେଶ/ନେଦରଲ୍ୟାଣ୍ଡ

ଜୁନ ୨୪-  ଭାରତ ବନାମ ଅଷ୍ଟ୍ରେଲିଆ

ସୁପର-୮ରେ ଅଷ୍ଟ୍ରେଲିଆର ମ୍ୟାଚ୍

ଜୁନ ୨୦- ଅଷ୍ଟ୍ରେଲିଆ ବନାମ ବାଂଲାଦେଶ/ନେଦରଲ୍ୟାଣ୍ଡ 

ଜୁନ ୨୨- ଅଷ୍ଟ୍ରେଲିଆ ବନାମ ଆଫଗାନିସ୍ତାନ

ଜୁନ ୨୪- ଅଷ୍ଟ୍ରେଲିଆ ବନାମ ଭାରତ

ସୁପର-୮ର ସମସ୍ତ ମ୍ୟାଚ୍ ଓ୍ଵେଷ୍ଟଇଣ୍ଡିଜରେ ଖେଳାଯିବ। କିଛି ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ସକାଳ ୬ଟାରେ ଏବଂ କିଛି ମ୍ୟାଚ୍ ଭାରତୀୟ ସମୟ ରାତି ୮ଟାରେ ଖେଳାଯିବ। କିନ୍ତୁ ଭାରତୀୟ ଦଳର ସମସ୍ତ ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ରାତି ୮ଟାରେ ଖେଳାଯିବ। 

 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.