ଭାରତରେ ଚାଷୀଙ୍କଠାରୁ ଛାତ୍ରଙ୍କ ଆତ୍ମହତ୍ୟା ସଂଖ୍ୟା ଅଧିକ; କାରଣ ଖୋଜିବ ସୁପ୍ରିମକୋର୍ଟଙ୍କ ଟାସ୍କ ଫୋର୍ସ

Published By : Prameya-News7 Bureau | March 25, 2025 IST

livehindustan

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ୧୦ ସଦସ୍ୟ ବିଶିଷ୍ଟ ରାଷ୍ଟ୍ରୀୟ ଟାସ୍କ ଫୋର୍ସ ଗଠନ କରିଛନ୍ତି । ଉଚ୍ଚ ଶିକ୍ଷାନୁଷ୍ଠାନରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ସହ ଜଡିତ କିମ୍ୱା ଅନ୍ୟ ଚିନ୍ତା ଉପରେ ଏହି ଟାସ୍କ ଫୋର୍ସ କାମ କରିବ । ଫଳରେ ସେଠାରେ ବଢୁଥିବା ଆତ୍ମହତ୍ୟା ମାମଲାକୁ ରୋକା ଯାଇପାରିବ । ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି ବେଳେ ଜାଣିବାକୁ ପାଇଥିଲେ ଯେ ୨୦୨୧ରେ ଦେଶରେ ୧୩ ହଜାର ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ । ଏହି ସଂଖ୍ୟା ଏକ ଦଶନ୍ଧିରେ ଦ୍ୱିଗୁଣା ହୋଇଛି । ୨୦୨୧ରେ ଆତ୍ମହତ୍ୟାରେ ୧୦ ହଜାର ୨୮୧ ଚାଷୀଙ୍କ ମୃତ୍ୟୁ ହୋଇଥିଲା । ଅର୍ଥାତ୍ ଆତ୍ମହତ୍ୟାର ଡାଟାରେ ଛାତ୍ରଙ୍କ ସଂଖ୍ୟା ଚାଷୀଙ୍କଠାରୁ ଅଧିକ ରହିଛି ।

ସୁପ୍ରିମକୋର୍ଟ ଟାସ୍କ ଫୋର୍ସକୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ରଙ୍କ ଆତ୍ମହତ୍ୟାର ମୁଖ୍ୟ କାରଣ ଖୋଜିବା ପାଇଁ କହିଛନ୍ତି । ରାଗିଂ, ଜାତିଗତ ଭେଦଭାବ, ଲିଙ୍ଗ ଆଧାରିତ ଦୂରତା, ଯୌନ ଉତ୍ପୀଡ଼ନ, ଏକାଡେମିକ୍ ପ୍ରେସର, ଆର୍ଥିକ ବୋଝ, ମାନସିକ ଚିନ୍ତା ସହ ଜଡ଼ିତ ସମସ୍ୟା, ପରିଚୟ ସହ ଭେଦଭାବ, ରାଜନୈତିକ ବିଚାରଠୁ ଆରମ୍ଭ କରି ଧାର୍ମିକ ମତ ବା ଅନ୍ୟ କିଛି । କାରଣ ଯାହାବି ଥାଉ ନାଁ କାହିଁକି ତାକୁ ଚିହ୍ନଟ କରାଯିବା ଦରକାର ବୋଲି ସୁପ୍ରିମକୋର୍ଟ ଟାସ୍କ ଫୋର୍ସକୁ କହିଛନ୍ତି । ଟାସ୍କ ଫୋର୍ସ ଆବଶ୍ୟକୀୟ ସୁଧାରଠାରୁ ଆମ୍ଭ କରି ଛାତ୍ରଙ୍କ ହିତା ରକ୍ଷା ପାଇଁ ପରାମର୍ଶ ଦେବ । ଆଗାମୀ ୪ ମାସ ଭିତରେ ଏହି ବିଷୟରେ ଅନ୍ତରିଣ ରିପୋର୍ଟ ଓ ୮ ମାସ ଭିତରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ସୁପ୍ରିମକୋର୍ଟ ଟାସ୍କ ଫୋର୍ସକୁ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.