ନୂଆଦିଲ୍ଲୀ: ୨୪/୫: ମତଦାନ ଶେଷ ହେବାର ୪୮ ଘଣ୍ଟା ମଧ୍ୟରେ ବୁଥ୍ ଭୋଟ୍ ତଥ୍ୟ ସାର୍ବଜନୀନ କରିବା ଦାବି ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଆବେଦନକୁ ବିଚାରାଧୀନ ରଖିବା ସହ ଏବେ ଏହି ମାମଲା ଉପରେ ହସ୍ତକ୍ଷେପ ପାଇଁ ମନା କରିଛନ୍ତି ସର୍ବୋଚ୍ଚ ଅଦାଲତ । ବର୍ତ୍ତମାନ ସମୟରେ ମଧ୍ୟବର୍ତ୍ତୀକାଳୀନ ରାୟ ଦେବା ସମ୍ଭବ ନୁହେଁ । ନିର୍ବାଚନ ପରେ ଉପଯୁକ୍ତ ବେଞ୍ଚ ଏହାର ଶୁଣାଣି କରିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
ଶୁଣାଣି ସମୟରେ ଜଷ୍ଟିସ ଦତ୍ତ କହିଛନ୍ତି ଆମେ ଦାୟିତ୍ବବାନ ନାଗରିକ ହୋଇଥିବାରୁ ନିର୍ବାଚନ ସମୟରେ ବାଧା ସୃଷ୍ଟି କରିପାରିବୁନି । ୨୦୧୯ରେ ଏଡିଆର ବା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ ଓ ଟିଏମ୍ସି ସାଂସଦ ପ୍ରାର୍ଥୀ ମହୁଆ ମୋଇତ୍ର ଏକ ଜନସ୍ବାର୍ଥ ମାମଲା ଦାଖଲ କରିଥିଲେ । ଯେଉଁଥିରେ ମତଦାନ ସରିବାର ୪୮ ଘଣ୍ଟା ମଧ୍ୟରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ତଥ୍ୟ ଓ ଫର୍ମ ୧୭C(ଭୋଟ୍ ରେକର୍ଡ) ସାର୍ବଜନୀନ କରାଯାଉ ବୋଲି ଦାବି ରଖାଯାଇଥିଲା । ଯାହାକୁ ନିର୍ବାଚନ ଆୟୋଗ ବିରୋଧ କରିଛନ୍ତି ।
ନିର୍ବାଚନ ଆୟୋଗ କହିଛନ୍ତି ନିୟମ କହୁଛି ଫର୍ମ ୧୭C ବା ଭୋଟ୍ ରେକର୍ଡ କେବଳ ଏଜେଣ୍ଟକୁ ଦିଆଯିବା ଉଚିତ । ୧୭C ଅନ୍ୟ କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନକୁ ଦେବାକୁ ଅନୁମତି ନାହିଁ । ନିର୍ବାଚନ ଆୟୋଗ ଆହୁରି ଯୁକ୍ତି ରଖିଛନ୍ତି ଫର୍ମ ୧୭C ୱେବସାଇଟରେ ଅପଲୋଡ କଲେ ଅନିୟମିତତା ହେବାର ସମ୍ଭାବନା ଅଛି । ଏଥିରେ ଟାମ୍ପରିଂ ହେବାର ଆଶଙ୍କା ଥିବାରୁ ଲୋକଙ୍କ ମନରେ ଅବିଶ୍ବାସ ସୃଷ୍ଟି କରିପାରେ । ତେଣୁ ନିର୍ବାଚନ ପରେ ଉପଯୁକ୍ତ ବେଞ୍ଚ ଏହାର ଶୁଣାଣି କରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
You Can Read:
ମୁଁ ଜେଲ୍ରୁ ନିର୍ବାଚନ ଲଢ଼ିଲେ ଦିଲ୍ଲୀର ସବୁ ଆସନରେ ଆପ୍ ଜିତିବ: ଅରବିନ୍ଦ କେଜରିୱାଲ୍