ସ୍ଵଚ୍ଛତା ଅଭିଯାନର ନିଆରା ବାର୍ତ୍ତା, ସାଇକେଲ ଚଲାଇଲେ ଜିଲ୍ଲାପାଳ ଓ ଏସପି

Published By : Prameya-News7 Bureau | September 30, 2024 IST

କୋରାପୁଟ ୩୦/୦୯: କୋରାପୁଟ ପୌର ପରିଷଦ ପକ୍ଷରୁ ସ୍ଵଚ୍ଛତା ହିଁ ସେବା ଅଭିଯାନ । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ହୋଇଥିଲା ସାଇକେଲ ରାଲି । ତେବେ ସଚେତନତା ରାଲିରେ ସାମିଲ ହୋଇଥିଲେ କୋରାପୁଟ ଜିଲ୍ଲାପାଳ ଓ ଏସ୍‌ପି । 

ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ଶୁଭାରମ୍ଭ କରିଥିବା ବେଳେ ପୁଜାରିପୁଟ କଲ୍ୟାଣ ମଣ୍ଡପରେ ସମାପନ ହୋଇଥିଲା ସାଇକେଲ ରାଲି । ଜିଲ୍ଲାପାଳ ଓ ଏସପି ନିଜେ ସାଇକେଲ ଚଲାଇ ସ୍ଵଚ୍ଛତା ବାର୍ତ୍ତା ରଖିଛନ୍ତି । ନିଜକୁ ସୁସ୍ଥ ରଖିବାକୁ ସ୍ଵଚ୍ଛତା ଆଣିବା ସହ ସ୍ୱଭାବ ସ୍ଵଚ୍ଛତା ଓ ସଂସ୍କାର ସ୍ଵଚ୍ଛତା ଆଣିବାକୁ ବାର୍ତ୍ତା ରଖିଛନ୍ତି କୋରାପୁଟ ଜିଲ୍ଲାପାଳ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.