ସ୍ୱିଜରଲ୍ୟାଣ୍ଡ ପୁଣି ଜିତିଲା ବିଶ୍ୱର ଶ୍ରେଷ୍ଠ ଦେଶ ଟାଇଟଲ, ଜାଣନ୍ତୁ ଭାରତର ରାଙ୍କିଙ୍ଗ କେତେ?

Published By : Prameya-News7 Bureau | September 10, 2023 IST

ନୂଆଦିଲ୍ଲୀ ୧୦।୯: ସ୍ୱିଜରଲ୍ୟାଣ୍ଡ ପୁଣି ଥରେ ବିଶ୍ୱର ଶ୍ରେଷ୍ଠ ଦେଶ ଟାଇଟଲ ବିଜେତା ହୋଇଛି।  ଲଗାତାର ଦ୍ୱିତୀୟବାର ସ୍ୱିଜରଲ୍ୟାଣ୍ଡକୁ ଏହି ଟାଇଟଲ ମିଳିଛି।  ସେହିପରି ୟୁଏସ୍ ନ୍ୟୁଜ୍ ଆଣ୍ଡ ୱାର୍ଲଡ ରିପୋର୍ଟ ବାର୍ଷିକ ରାଙ୍କିଙ୍ଗରେ ସ୍ୱିଜରଲ୍ୟାଣ୍ଡକୁ ମୋଟ ଷଷ୍ଠଥର ନିମନ୍ତେ ବିଶ୍ୱର ଶ୍ରେଷ୍ଠ ଦେଶର ମାନ୍ୟତା ମିଳିଛି। ନିକଟରେ ଜାରି ହୋଇଥିବା ରାଙ୍କିଙ୍ଗରେ କାନାଡା ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ସ୍ୱିଡେନ ୩ ନମ୍ବର ସ୍ଥାନରେ ଥିବା ବେଳେ ଅଷ୍ଟ୍ରେଲିଆକୁ ମିଳିଛି ଚତୁର୍ଥ ସ୍ଥାନ।

{"id":842742,"width":839,"height":472,"sizeSlug":"full","linkDestination":"none"}

ଏଥିରେ ଯୁକ୍ତରାଷ୍ଟ୍ର ଆମେରିକା ୫ମ ସ୍ଥାନ ପାଇବାରେ ସକ୍ଷମ ହୋଇଛି। ତେବେ ଆମେରିକାର ପ୍ରଦର୍ଶନରେ ଗୋଟିଏ ସ୍ଥାନ ହ୍ରାସ ଦେଖାଯାଇଛି। ଏହା ପୂର୍ବରୁ ୨୦୨୨ରେ ଆମେରିକା ରାଙ୍କିଙ୍ଗର ଚତୁର୍ଥ ସ୍ଥାନରେ ଥିଲା। ୨୦୨୨ ରାଙ୍କିଙ୍ଗରେ ଜର୍ମାନୀ ଦ୍ୱିତୀୟ ସ୍ଥାନରେ ଥିଲା। ତେବେ ଚଳିତବର୍ଷ ଜାପାନ ତଳକୁ ସପ୍ତମ ସ୍ଥାନକୁ ଖସିଛି। ଏଥିରେ ଏସିୟ ଦେଶଙ୍କ କଥା ଉଠିଲେ ଟପ୍ ୨୫ ଦେଶରେ ଜାପାନ, ସିଙ୍ଗାପୁର, ଚୀନ୍ ଓ ଦକ୍ଷିଣ କୋରିଆ ଅଛନ୍ତି। ସେହିପରି ୮୭ ଦେଶଙ୍କ ସୂଚୀରେ କେମରୁନ, ଅଲଜିରିଆ, ମ୍ୟାମାର, ହୋଣ୍ଡୁରାସ, ସର୍ବିୟା, ଉଜବେକିସ୍ତାନ, କାଜାଖସ୍ତାନ, ଲେବାନନ, ବେଲାଋଷ ଓ ଇରାନ ତଳଆଡକୁ ୧୦ଟି ସ୍ଥାନରେ ଅଛନ୍ତି।

{"id":842743,"width":840,"height":469,"sizeSlug":"full","linkDestination":"none"}

ଏହି ରାଙ୍କିଙ୍ଗ ୧୭ ହଜାରରୁ ଅଧିକ ଉତ୍ତରଦାତାଙ୍କୁ ସାମିଲ କରି ଏକ ବୈଶ୍ୱିକ ସର୍ଭେକ୍ଷଣରେ ଏହା ବାହାର କରାଯାଇଛି। ଏହି ରାଙ୍କିଙ୍ଗ ଗତିଶିଳତା, ସୁରକ୍ଷା, ଆର୍ଥିକ ସ୍ଥିରତା ଓ ସାମାଜିକ ନ୍ୟାୟ ପ୍ରତି ଶଂକଳ୍ପ ବଦ୍ଧତା ଭଳି ୭୩ଟି ବିଶେଷତାରେ ଦେଶ ମାନଙ୍କର ମୂଲ୍ୟାଙ୍କନ ହୋଇଥାଏ। ବିଶ୍ୱର ସର୍ବ ଶ୍ରେଷ୍ଠ ଦେଶଙ୍କ ସୂଚୀରେ ଭାରତ ଗୋଟିଏ ସ୍ଥାନ ସୁଧାର ସହିତ ୩୦ତମ ସ୍ଥାନରେ ଅଛି। ଗତଥର ରାଙ୍କିଙ୍ଗରେ ଭାରତ ୩୧ତମ ସ୍ଥାନରେ ଥିଲା।  

ପତ୍ନୀଙ୍କ ସହ ଅକ୍ଷରଧାମ ଦର୍ଶନ କଲେ ଋଷି ସୁନକ, କହିଲେ-ଜଣେ ହିନ୍ଦୁ ହୋଇ ମୁଁ ଗର୍ବିତ…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.