ଏଣିକି ସହଜ ହେବ ଇଚ୍ଛାମୃତ୍ୟୁ ! ବଟନ୍ ଦବାଇଲେ ହୋଇଯିବ ମୃତ୍ୟୁ

Published By : Prameya-News7 Bureau | July 20, 2024 IST

ନୂଆଦିଲ୍ଲୀ ୨୦।୦୭: ଇଚ୍ଛାମୃତ୍ୟୁ । ଏଥିପାଇଁ କାହାକୁ ନଥାଏ ଅନୁମତି ।  ଖାସ୍‌ କରି ଭାରତରେ ଇଚ୍ଛାମୃତ୍ୟୁକୁ ଆଇନଗତ ମାନ୍ୟତା ମିଳିନି । କିନ୍ତୁ ଦୁନିଆର ବହୁ ଦେଶରେ ଏହାକୁ ଅନୁମତି ମିଳିଛି । ଦୁରାରୋଗ୍ୟ ରୋଗରେ ପୀଡିତ ଲୋକଙ୍କୁ ଇଚ୍ଛାମୃତ୍ୟୁର ଅନୁମତି ମିଳିଥାଏ । ଏବେ ସହଜରେ ହେବ ଇଚ୍ଛାମୃତ୍ୟୁ । ଏଥିପାଇଁ ଆସିଛି ମେସିନ୍ । 

ଏଣିକି ବଟନ୍‌ ଟିପିଲେ ସାଙ୍ଗେ ସାଙ୍ଗେ ହେବ ମୃତ୍ୟୁ । ଅର୍ଥାତ ସୁସାଇଡ୍ କରିବା ପାଇଁ କୌଣସି ପ୍ରକାର ମେଡିକାଲ ପକ୍ରିୟା ଦେଇ ଯିବାକୁ ପଡିବନି । ପ୍ରଥମଥର ପାଇଁ ଏଭଳି ପଡସ୍‌ ଆସିବାକୁ ଯାଉଛି । ଯେଉଁଥିରେ ଶୋଇବା ପରେ ବଟନ ଚାପିବା ମାତ୍ରେ ମୃତ୍ୟୁ ହୋଇଯିବ। ତେବେ ଏହି ମେସିନ୍‌ ଆଣିବାକୁ ଯାଉଛି ସ୍ବିଜରଲ୍ୟାଣ୍ଡ । ଏହି ମେସିନ୍‌ର ନାଁ ହେଉଛି ସାର୍କୋ । ଏହା ଏକ କ୍ୟାପସୁଲ୍‌ । 

ଏଏଫ୍‌ପିର ରିପୋର୍ଟ ଅନୁସାରେ, ପ୍ରଥମ ବର୍ଷ ୨୦୧୯ରେ ଏହା ଉପରୁ ଉଠିଥିଲା ପରଦା । କୁହାଯାଉଛି କି ଏହା ସହଜରେ ଇଚ୍ଛାମୃତ୍ୟୁର ବିକଳ୍ପ ଦେଇଥାଏ। ଏହି କ୍ୟାପସୁଲ୍‌ ବଟନ୍ ଦବାଇବା ପରେ ଭିତରେ ଥିବା ଅକ୍ସିଜେନ୍‌କୁ ବାହାର କରିଦେଇଥାଏ ଏବଂ ଅକ୍ସିଜେନ୍‌ ସ୍ଥାନରେ ନାଇଟ୍ରୋଜେନ୍‌ ଭର୍ତ୍ତି କରି ଦେଇଥାଏ । ଯାହାଫଳରେ ଭିତରେ ଥିବା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥାଏ ।

ତେବେ ଏହି ମେସିନ୍‌କୁ ବ୍ୟବହାର କରିବାର ଦାମ୍‌ ମଧ୍ୟ ସାମ୍ନାକୁ ଆସିଛି । ଏହାକୁ ଥରେ ବ୍ୟବହାର କରିବା ପାଇଁ  ଖର୍ଚ୍ଚ ହେବ ୨୦ ଡଲାର । ଯାହା ଭାରତୀୟ ମୂଲ୍ୟରେ ପ୍ରାୟ ୧୭୦୦ ଟଙ୍କା । ଖବର ଅନୁଯାୟୀ, ସ୍ବିଜରଲାଣ୍ଡରେ ଯଦି କୌଣସି ବ୍ୟକ୍ତି ନିଜକୁ କ୍ଷତି କରିବାକୁ ଚାହେଁ, ତେବେ ତାକୁ ଇଚ୍ଛାମୃତ୍ୟୁର ଅନୁମତି ଆଇନଗତ ରୂପରେ ନେବାକୁ ପଡିଥାଏ । ଏଭଳି ସ୍ଥିତିରେ ଲୋକଙ୍କ ପାଇଁ ନୂଆ କ୍ୟାପସୁଲର ଆବଶ୍ୟକତା ପଡିପାରେ ।

ଆତ୍ମହତ୍ୟା କରିବାକୁ ଥିବା ବ୍ୟକ୍ତିଙ୍କର ପ୍ରଥମେ ମାନସିକ ସ୍ଥିତି ବୁଝିବାକୁ ପଡିବ । ଏହାପରେ ଜାଣିହେବ କି ତାକୁ ଆତ୍ମହତ୍ୟାର ଅନୁମତି ମିଳିବା କି ଦରକାର କି ନାହିଁ।  ଅନୁମତି ମିଳିବା ପରେ ତାଙ୍କୁ ବାଇଗଣୀ ରଙ୍ଗର ସୁସାଇଡ୍ କ୍ୟାପସୁଲ୍‌ରେ ଶୁଆଇ ଲିଡ୍ ବନ୍ଦ କରିବାକୁ ହେବ । 

ଏହାପରେ ଏଥିରେ କିଛି ଅଟୋମେଟେଡ୍‌ ପ୍ରଶ୍ନ ପଚରାଯିବ । ଯାହାଫଳରେ ସ୍ପଷ୍ଟ ହୋଇପାରିବ ସେ ନିଜର ପୁରା ସଚେତନ ଅବସ୍ଥାରେ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି । ଏହାପରେ ହିଁ ଯାଇ କ୍ୟାପସୁଲ୍‌ର ବଟନ୍‌ ଦବାଯିବ । ଆଉ କିଛି କ୍ଷଣରେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯିବ । ତେବେ ଏହି ସୁଇସାଇଡ୍ କ୍ୟାପସୁଲ୍‌ କେବେଠାରୁ ଆରମ୍ଭ ହେବ ସେ କଥା ସ୍ପଷ୍ଟ ହୋଇନି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.