ଟି-୨୦ ବିଶ୍ବକପ୍‌ରେ ସୁପର-୮ ସଂଘର୍ଷ; ୭ ଟିମ୍ କ୍ବାଲିଫାଏ, ଶେଷ ଦଳକୁ ନେଇ ସସ୍‌ପେନ୍ସ ଜାରି

Published By : Prameya-News7 Bureau | June 16, 2024 IST

ନୂଆଦିଲ୍ଲୀ: ଟି-୨୦ କ୍ରିକେଟ୍ ବିଶ୍ବକପ୍ । ସୁପର-୮ ଷ୍ଟେଜ୍‌ ପାଇଁ ସଂଘର୍ଷ । ୭ ଟିମ୍ ସୁପର-୮ ଷ୍ଟେଜକୁ କ୍ବାଲିଫାଏ କରିଥିବା ବେଳେ ସ୍ଲଟରେ ଗୋଟିଏ ସ୍ଥାନ ଖାଲି ରହିଛି । ତେବେ କିଏ ଯିବ ନକଆଉଟ୍ ଷ୍ଟେଜକୁ, ତାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ସସ୍‌ପେନ୍ସ ଜାରି ରହିଛି । ସୁପର-୮ ପାଇଁ ବାଂଲାଦେଶ ଓ ନେଦରଲ୍ୟାଲଣ୍ଡ୍ସ ସଂଘର୍ଷ କରୁଛନ୍ତି । ଯେଉଁ ଟିମ୍ ଜିତିବ ଅଷ୍ଟମ ଟିମ୍ ଭାବେ ସୁପର-୮କୁ ଉତ୍ତୀର୍ଣ୍ଣ ହେବ ।

ଆଇସିସି ପୁରୁଷ ଟି-୨୦ ବିଶ୍ବକପରେ ଲିଗ୍ ପର୍ଯ୍ୟାୟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ରବିବାର ସେଣ୍ଟ ଲୁସିୟାର ଡୈରେନ ସାମି ନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଆଷ୍ଟ୍ରେଲିଆ ଦଳ ସ୍କଟ୍‌ଲ୍ୟାଣ୍ଡକୁ ପାଞ୍ଚ ଓ୍ବିକେଟରେ ପରାସ୍ତ କରିଛି । ଏହି ପରାଜୟ ସହିତ ସ୍କଟ୍‌ଲ୍ୟାଣ୍ଡ ସୁପର-୮ ରେସରୁ ବାହାର ହୋଇଯାଇଛି । ସେପଟେ ଇଂଲଣ୍ଡ ଟିମ୍ ସୁପର-୮କୁ ଏଣ୍ଟ୍ରି ମାରିଛି । 

ସୁପର-୮ ଷ୍ଟେଜ୍‌ ପାଇଁ ୭ ଟିମ୍ କ୍ବାଲିଫାଏ କରିଛନ୍ତି । ଆଉ ଗୋଟିଏ ସ୍ଲଟ୍ ପାଇଁ ବାଂଲାଦେଶ ଓ ନେଦରଲ୍ୟାଣ୍ଡ୍ସ ମଧ୍ୟରେ ସଂଘର୍ଷ ଜାରି ରହିଛି । ଗ୍ରୁପ-ଏ’ରୁ ଭାରତ ଓ ୟୁଏସଏ   କ୍ବାଲିଫାଏ କରିଥିବା ବେଳେ ଗ୍ରୁପ-ବି’ରୁ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ପ୍ଲେ-ଅପରେ ନିଜ ସ୍ଥାନ ପକ୍କା କରିଛନ୍ତି । ଗ୍ରୁପ-ସି’ରୁ ଆଫଗାନିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜ୍ ସୁପର-୮ରେ ପହଞ୍ଚିଛନ୍ତି । ମାତ୍ର ଗ୍ରୁପ-ଡି’ରୁ ଗୋଟିଏ ଭାବେ ଦକ୍ଷିଣ ଆଫ୍ରିକା କ୍ବାଲିଫାଏ କରିଛି । ଅନ୍ୟ ଏକ ସ୍ଲଟ୍ ପାଇଁ ଫୈସଲା ବାକି ରହିଛି । 

ଗ୍ରୁପ୍-ଡି’ରେ ଗୋଟିଏ ସ୍ଲଟ୍ ପାଇଁ ବାଂଲଦେଶ ଓ ନେଦରଲ୍ୟାଣ୍ଡସ ମଧ୍ୟ ଲଢ଼େଇ ଚାଲିଛି । ଯଦି ବାଂଲାଦେଶ ଟିମ୍ ନେପାଳକୁ ପରାସ୍ତ କରିବ, ତେବେ ସୁପର-୮ରେ ସ୍ଥାନ ପକ୍କା କରିପାରିବ । ଯଦି ବାଂଲାଦେଶ ଟିମ୍ ଲିଗ୍ ମ୍ୟାଚରେ ନେପାଳ ଠାରୁ ପରାଜିତ ହୁଏ ଏବଂ ସେପଟେ ନେଦରଲ୍ୟାଣ୍ଡ୍ସ ଟିମ୍ ଶ୍ରୀଲଙ୍କାକୁ  ମାତ୍ ଦିଏ, ତେବେ ଉଭୟ ବାଂଲାଦେଶ ଓ ନେଦରଲ୍ୟାଣ୍ଡ୍ସର ପଏଣ୍ଟ ସମାନ ଅଙ୍କ ହୋଇଯିବ । ଏଭଳି ସ୍ଥିତିରେ ରନ୍ ରେଟ୍ ହିସାବରେ ନିଷ୍ପତ୍ତି ନିଆଯିବ ଏବଂ ଗୋଟିଏ ଟିମ୍ ସୁପର-୮ ଖେଳିପାରିବ । ବର୍ତ୍ତମାନ ସମୟରେ ବାଂଲାଦେଶ ନେଟ୍ ରନ୍ ରେଟରେ ଆଗରେ ରହିଛି । ଜୁନ ୧୭ ତାରିଖରେ ବାଂଲାଦେଶ-ନେପାଳ ଓ ନେଦରଲ୍ୟାଣ୍ଡ୍ସ-ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ରହିଛି । ଉଭୟ  ଟିମର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି ।    

 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.