ଚୀନ ସହ ମୁକାବିଲା ପାଇଁ ତାଇୱାନର ପ୍ରସ୍ତୁତି ! ପ୍ରତିରକ୍ଷା ବଜେଟ୍‌କୁ ୩.୫ ପ୍ରତିଶତ ବଢାଇଲା

Published By : Prameya-News7 Bureau | August 21, 2023 IST

ନୂଆଦିଲ୍ଲୀ: ଚୀନର ବିସ୍ତାରବାଦୀ ନୀତି ଯୋଗୁଁ ଏହାର ନଜର ସବୁବେଳେ ପଡ଼ୋଶୀ ଦେଶର ଭୂମି ଉପରେ ରହିଥାଏ । ପ୍ରଥମେ ଲଦାଖରେ କଡ଼ା ଗତିରୋଧର ସାମନା କରିବା ପରେ ଏବେ ତାଇୱାନକୁ ନିଜର କ୍ଷେତ୍ର ବୋଲି ଦାବି କରିଛି । ଚୀନରୁ ଲଗାତାର ମିଳୁଥିବା ଧମକ ଭିତରେ ତାଇୱାନ ନିଜର ସୈନ୍ୟ ବଜେଟ୍ ଉପରେ ଏବେ ଅଧିକ ଧ୍ୟାନ ଦେଉଛି । ରାଷ୍ଟ୍ରପତି ତ୍ସାଇ ଇଙ୍ଗ-ୱେନ୍ କହିଛନ୍ତି ଯେ ତାଇୱାନ ନିଜର ସୈନ୍ୟ ଖର୍ଚ୍ଚକୁ ୩.୫ ପ୍ରତିଶତ ବଢାଇ ୨୦୨୪ ପାଇଁ ରେକର୍ଡ ସ୍ତରରେ ପହଞ୍ଚାଇଛି । ସେ କହିଛନ୍ତି ଯେ ଚୀନଠାରୁ ବଢୁଥିବା ବିପଦ ମଧ୍ୟ ସୁରକ୍ଷାରେ ସୁଧାର ଆମର ପ୍ରଥମ ଲକ୍ଷ୍ୟ । ଗଣତାନ୍ତ୍ରିକ ରୂପେ ଶାସିତ ତାଇୱାନକୁ ନିଜର ଅଞ୍ଚଳ ବୋଲି ଦାବି କରୁଛି ଏବଂ ଗତ ତିନି ବର୍ଷରେ ସେ ସୈନ୍ୟ ଏବଂ ରାଜନୈତିକ ଚାପ ବଢାଇଛି । ଅନ୍ୟପଟେ ତାଇପେ ଚୀନର ଏହି ଦାବିକୁ ଦୃଢତାର ସହ ଖଣ୍ଡନ କରିଆସୁଛି ।

ପଢନ୍ତୁ: ଚୀନ୍‌ ଉପରେ ରାହୁଲଙ୍କ ବୟାନକୁ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲଙ୍କ ବିରୋଧ, ଜାଣନ୍ତୁ କହିଲେ କ’ଣ?

ଚୀନ ସହ ଜାରି ବିବାଦ ମଧ୍ୟରେ ତାଇୱାନର ମୋଟ ପ୍ରସ୍ତାବିତ ରକ୍ଷା ବଜେଟ୍ ୧୯ ବିଲିୟନ ଡଲାର ରଖାଯାଇଛି । ଲଗାତାର ସପ୍ତମ ବର୍ଷରେ ତାଇୱାନ ନିଜର ସୈନ୍ୟ ଖର୍ଚ୍ଚକୁ ବୃଦ୍ଧି କରିଛି । ଅନ୍ୟପଟେ ଏହାର ବିପରୀତରେ ତାଇୱାନର ବିକାଶ ହାର ୧୪ ପ୍ରତିଶତ ବୃଦ୍ଧି ତୁଳନାରେ ଧିମେଇଥିବା ନଜର ଆସୁଛି ।  

ରାଷ୍ଟ୍ରପତି ତ୍ସାଇ ଇଙ୍ଗ-ୱେନ କହିଛନ୍ତି ଯେ ବଜେଟରେ ଅନିର୍ଦ୍ଦିଷ୍ଟ ଅତିରିକ୍ତ ଖର୍ଚ୍ଚ ପାଇଁ ଏକ ସ୍ୱତନ୍ତ୍ର ବଜେଟ୍ ସାମିଲ ରହିବ । ସେ କହିଛନ୍ତି, 'ତାଇୱାନକୁ ନିଜର ଆତ୍ମରକ୍ଷା କ୍ଷମତାକୁ ମଜଭୁତ କରିବା ଜାରି ରଖିବା ଦରକାର । ଆତ୍ମରକ୍ଷା ପାଇଁ ନିଜର ଦୃଢ ସଂକଳ୍ପର ପ୍ରଦର୍ଶନ କରିବା ଦରକାର । ନିଜର ରାଷ୍ଟ୍ରୀୟ ସୁରକ୍ଷା ଏବଂ ହିତରୁ ସୁନିଶ୍ଚିତ କରିବା ଦରକାର ଏବଂ ଅଧିକ ଅନ୍ତରାଷ୍ଟ୍ରୀୟ ସମର୍ଥନ ହାସଲ କରିବା ଦରକାର'।

ରାଷ୍ଟ୍ରପତି ତ୍ସାଇ ତାଇୱାନକୁ ଚୀନର ସାମନା କରିବାରେ ସକ୍ଷମ କରିବା ପାଇଁ ସୈନ୍ୟ ଆଧୁନିକୀରଣ ଉପରେ ଜୋର ଦେଇଛନ୍ତି । ତାଇୱାନ ନିଜର ଏଫ-୧୬ ଲଢୁଆ ବିମାନକୁ ଉନ୍ନତ କରିଛି ଏବଂ ନିଜର ବୁଡ଼ାଜାହାଜକୁ ମଧ୍ୟ ବିକଶିତ କରୁଛି । ତାଇୱାନର ପ୍ରଥମ ପ୍ରୋଟୋଟାଇପ ସ୍ୱଦେଶୀ ବୁଡ଼଼ାଜାହାଜର ଆସନ୍ତା ମାସରେ ଉନ୍ମୋଚନ ହେବା ସମ୍ଭାବନା ରହିଛି ।

Also read: ତାଇୱାନ ବାୟୁ ସୀମାରେ ପଶିଲା ଚୀନର ୪୨ ଲଢୁଆ ବିମାନ ! ଶକ୍ତି ଦେଖାଉଛି ଡ୍ରାଗନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.