ଢାକା: ମ୍ୟାଚ୍ ଚାଲିଥିବା ବେଳେ ହୃଦଘାତର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବାଂଲାଦେଶ କ୍ରିକେଟର ତମିମ ଇକବାଲଙ୍କର ଆଞ୍ଜିପ୍ଲାଷ୍ଟି ଚିକିତ୍ସା କରାଯାଇଥିହା ସୂଚନା ମିଳିଛି। ସୋମବାର ଢାକାରେ ଅନୁଷ୍ଠିତ ଢାକା ପ୍ରିମିୟର ଡିଭିଜନ କ୍ରିକେଟ ଲିଗ୍ ମ୍ୟାଚ୍ ସମୟରେ ତମିମଙ୍କର ହୃଦଘାତ ହୋଇଥିଲା। ଓ ସେ ପଡ଼ିଆରେ ବେହୋସ ହୋଇ ପଡ଼ିଯାଇଥିଲେ।
ଇଏସପିଏନକ୍ରିକ୍ଇନଫୋ (ESPNcricinfo) ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ମହମ୍ମଦାନ୍ ସ୍ପୋର୍ଟିଂ କ୍ଲବ ଏବଂ ସାଇନପୁକୁର କ୍ରିକେଟ୍ କ୍ଲବ ମଧ୍ୟରେ ୫୦ ଓଭର-ଏ-ସାଇଡ୍ ମ୍ୟାଚ୍ ଖେଳାଯାଇଥିଲା। ମ୍ୟାଚ୍ର ପ୍ରଥମ ଇନିଂସରେ ଫିଲ୍ଡିଂ କଲା ବେଳେ ୩୬ ବର୍ଷୀୟ ଇକବାଲ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ମହମ୍ମଦାନ୍ ଦଳ ନେତୃତ୍ୱ ନେଉଥିବା ତମିମ ଗୋଟିଏ ଓଭର ଫିଲ୍ଡିଂ କରିବା ପରେ ଛାତିରେ ଯନ୍ତ୍ରଣା ଯୋଗୁ ତାଙ୍କୁ ଖେଳ ପଡ଼ିଆରୁ ସିଧା ଡାକ୍ତରଖାନା ନିଆଯାଇଥିଲା।
ତମିମଙ୍କୁ ହସ୍ପିଟାଲକୁ ନେବା ପାଇଁ ପ୍ରଥମେ ଏକ ହେଲିକପ୍ଟର ବ୍ୟବସ୍ଥା କରାଯାଇଥିଲା, କିନ୍ତୁ ତାଙ୍କୁ ସାଭରରେ ଥିବା ବିକେଏସପି ଗ୍ରାଉଣ୍ଡରୁ ହେଲିକପ୍ଟରେ ନେବା କଷ୍ଟକର ହୋଇପଡ଼ିଥିଲା। ଏହାପରେ ତାଙ୍କୁ ସେଠାରୁ ଫଜିଲାତୁନ୍ନେସା ହସ୍ପିଟାଲକୁ ନିଆଯାଇଥିଲା ବୋଲି ମ୍ୟାଚ୍ ରେଫରି ଦେବବ୍ରତ ପଲ ସୂଚନା ଦେଇଛନ୍ତି।
ପଢନ୍ତୁ- DC vs LSG: ଦିଲ୍ଲୀ ଆଗରେ ୨୧୦ ରନ୍ର ବିଶାଳ ଟାର୍ଗେଟ ରଖିଲା ଲକ୍ଷ୍ନୌ: ପୁରନ ଓ ମାର୍ସଙ୍କ ସୁପର ଶୋ’
ତମିମ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଚିକିତ୍ସା କରୁଥିବା ଡାକ୍ତରଙ୍କ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସୂଚନା ଜାରି କରାଯାଇଛି। ଏଥିରେ କୁହାଯାଇଛି “ ତମିମ ଗୁରୁତର ଅବସ୍ଥାରେ ଆମ ପାଖକୁ ଆସିଥିଲେ।ସେ ହୃଦଘାତର ଶିକାର ହୋଇଥିଲେ। ପରେ ଆମେ ହାର୍ଟରେ ବ୍ଲକେଜ୍ ଖୋଲିବା ପାଇଁ ତମିମଙ୍କର ଆଞ୍ଜିଓଗ୍ରାମ୍ ଏବଂ ଆଞ୍ଜିଓପ୍ଲାଷ୍ଟି କରିଥିଲୁ। ଚିକିତ୍ସା ପ୍ରକ୍ରିୟା ସୁରୁଖୁରୁରେ ହୋଇଛି। ସେ ବର୍ତ୍ତମାନ ନିରୀକ୍ଷଣରେ ଅଛନ୍ତି।”
ଚଳିତ ବର୍ଷ ଜାନୁଆରୀରେ ଇକବାଲ ଦ୍ୱିତୀୟ ଥର ପାଇଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଏହା ପୂର୍ବରୁ, ଜୁଲାଇ ୨୦୨୩ରେ, ସେ ଏକ ସାମ୍ବାଦିକ ସମ୍ମିଳନୀରେ ଅନ୍ତର୍ଜାତୀୟ ମ୍ୟାଚ୍ରୁ ସନ୍ନ୍ୟାସ ଘୋଷଣା କରିଥିଲେ। କିନ୍ତୁ ତତ୍କାଳୀନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ହସ୍ତକ୍ଷେପ ପରେ ୨୪ ଘଣ୍ଟା ମଧ୍ୟରେ ସେ ତାଙ୍କ ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନେଇଥିଲେ।
ପଢ଼ନ୍ତୁ-କେତେ ପାଠ ପଢ଼ିଛନ୍ତି ଆଇପିଏଲ୍ ସେନସେଶନ୍ ଷ୍ଟାର ପ୍ଲେୟର ? ଜାଣନ୍ତୁ ଏମାନଙ୍କ ବିଷୟରେ…