ଭୁବନେଶ୍ବର ୨୧।୭: ପ୍ରଥମ ଥର ପାଇଁ କଂଗ୍ରେସ ସର୍ବଦଳୀୟ ବୈଠକରେ ଯୋଗ ଦେଇ ନପାରିବା ଦୁର୍ଭାଗ୍ୟଜନକ ବୋଲି କହିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ତାରା କହିଛନ୍ତି, ଏତେ ପୁରୁଣା ଦଳ, କଂଗ୍ରେସର ନେତା ବଛା ହୋଇପାରୁ ନାହିଁ । ଏଥିପାଇଁ କାହାକୁ କ’ଣ ଦାୟୀ କରିବି ? ମୁଁ ନିଜକୁ ବି ଦାୟୀ କରିବି । ରାଜ୍ୟ ସରକାର କ’ଣ କଥା ହୋଇଥିବେ ପିସିସି ସଭାପତିଙ୍କ ସହ । ହେଲେ ନେତା ବଛା ହେବା ଦରକାର । ମୁଁ ପାଞ୍ଚ ଥରର ବିଧାୟକ । ମୋତେ ନ କଲେ ବି ଯାହାକୁ କରନ୍ତୁ, ମୋର ଆପତ୍ତି ନାହିଁ । ଦିଲ୍ଲୀରେ ନିଷ୍ପତ୍ତି ନ ହୋଇ ପାରିଥିବାରୁ, ସର୍ବଦଳୀୟ ବୈଠକରେ କେହି ଯୋଗ ଦେଇପାରିଲେ ନାହିଁ ବୋଲି ତାରା କହିଛନ୍ତି ।
You Can Read: