ଅକ୍ଟୋବର ୧ରୁ ଅନ୍‌ଲାଇନ୍‌ ଗେମ୍‌, ଘୋଡ଼ା ଦୌଡ଼ ଓ ଜୁଆ ଖେଳ ଉପରେ ୨୮% ଜିଏସ୍‌ଟି ଲାଗୁ ହେବ, ୬ ମାସ ପରେ ସମୀକ୍ଷା କରିବେ ସରକାର

Published By : Prameya-News7 Bureau | August 02, 2023 IST

ନୂଆଦିଲ୍ଲୀ: ଅନଲାଇନ୍ ଗେମିଂ, ଘୋଡ଼ା ଦୌଡ଼ ଓ କ୍ୟାସିନୋ(ଜୁଆ ଖେଳ) ଉପରେ ୨୮ ପ୍ରତିଶତ ଜିଏସ୍‌ଟି ଆଦାୟ ନିଷ୍ପତ୍ତି ପ୍ରତ୍ୟାବର୍ତ୍ତନ ହେବ ନାହିଁ। ଅକ୍ଟୋବର ୧,୨୦୨୩ ଠାରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ। ଲାଗୁ ହେବାର ୬ ମାସ ପରେ ଜିଏସ୍‌ଟି ପରିଷଦ ଲାଗୁ ହୋଇଥିବା ଟ୍ୟାକ୍ସର ସମୀକ୍ଷା କରିବେ।

ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ୫୧ ତମ ଜିଏସଟି ପରିଷଦ ବୈଠକ ହୋଇଥିଲା। ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଏପରି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ପଢ଼ନ୍ତୁ-୨ ମାସରେ ୧୪,୩୦୨ କୋଟି ଟଙ୍କାର ଜିଏସ୍‌ଟି ଚୋରି; ୨୮ ଗିରଫ, ଲୋକସଭାରେ ଉତ୍ତର ରଖିଲେ ଅର୍ଥମନ୍ତ୍ରୀ

ଅର୍ଥମନ୍ତ୍ରୀ କହିଛନ୍ତି ଯେ ଅନ୍‌ଲାଇନ୍‌ ଗେମିଂରେ ୨୮ ପ୍ରତିଶତ ଜିଏସ୍‌ଟି ଲଗାଇବା ନିଷ୍ପତ୍ତିର ସମୀକ୍ଷା କରିବାକୁ ଦିଲ୍ଲୀ, ଗୋଆ ଓ ସିକ୍କିମ ଦାବି କରିଛନ୍ତି। ତେଣୁ ନିୟମ ଲାଗୁ ହେବାର ୬ ମାସ ପରେ ନିଷ୍ପତ୍ତିକୁ ଜିଏସଟି ପରିଷଦ ସମୀକ୍ଷା କରିବ।

୧୧ ଜୁଲାଇ, ୨୦୨୩ ରେ ଜିଏସଟି ପରିଷଦର ୫୦ ତମ ବୈଠକରେ ଅନଲାଇନ୍ ଖେଳ, ଘୋଡ଼ା ଦୌଡ଼ ଓ ଜୁଆ ଖେଳ ଉପରେ ୨୮ ପ୍ରତିଶତ ଜିଏସଟି ଆଦାୟ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଥିଲା। ଏସବୁର ବ୍ୟାଟିଂର ସମ୍ପୂର୍ଣ୍ଣ ମୂଲ୍ୟ ଉପରେ ୨୮% ଜିଏସ୍‌ଟି ଆଦାୟ କରାଯିବ। ଏହି ନିଷ୍ପତ୍ତି ପରେ କେନ୍ଦ୍ର ଏବଂ ରାଜ୍ୟର ଟିକସ ଅଧିକାରୀମାନେ ଟିକସ ସଂଗ୍ରହ ସହ ଜଡିତ ଡ୍ରାଫ୍ଟ ନିୟମ ପ୍ରସ୍ତୁତ କରିଛନ୍ତି। କେନ୍ଦ୍ରୀୟ ଜିଏସ୍‌ଟି ଆଇନରେ ସଂଶୋଧନ ପ୍ରସ୍ତାବକୁ ସଂସଦର ଚଳିତ ମୌସୁମୀ ଅଧିବେଶନରେ ଉପସ୍ଥାପନ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.