ହାଇଦ୍ରାବାଦ: ଭାରତ-ବାଂଲାଦେଶ ମଧ୍ୟରେ ହୋଇଥିବା ଅନ୍ତିମ ଟି-୨୦ ମ୍ୟାଚକୁ ଜିତି ନେଇଛି ଟିମ୍ ଇଣ୍ଡିଆ । ଭାରତର ୨୯୭ ରନର ବିଶାଳ ସ୍କୋର ସାମ୍ନାରେ ଧରାଶାୟୀ ହୋଇଥିଲା ଭ୍ରମଣକାରୀ ଦଳ । ନିର୍ଦ୍ଧାରିତ ୨୦ ଓଭରରେ ୭ଟି ଓ୍ବିକେଟ୍ ହରାଇ ମାତ୍ର ୧୬୪ ରନ କରିବାରେ ସକ୍ଷମ ହୋଇଥିଲା ବାଂଲାଦେଶ । ଯାହାଫଳରେ ୧୩୩ ରନରେ ପରାସ୍ତ ହୋଇଛି । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ରେକର୍ଡ ବର୍ଷା କରିଛି । ୫ଟି ବଡ଼ ରେକର୍ଡ ଭାରତୀୟ ଦଳ ନାଁରେ ନାମିତ ହୋଇଛି ।
ଟେଷ୍ଟ ଖେଳୁଥିବା କୌଣସି ଟିମ୍ ଟି-୨୦ ମ୍ୟାଚରେ ସର୍ବାଧିକ ସ୍କୋର କରିଛି । ନିର୍ଦ୍ଧାରିତ ୨୦ ଓଭରରେ ଟିମ୍ ଇଣ୍ଡିଆ ସର୍ବାଧିକ ୨୯୭ ରନ ବିଶାଳ ସ୍କୋର ଛିଡ଼ା କରିଥିଲା । ଏହା ପୂର୍ବରୁ ଏହି ରେକର୍ଡ ଆଫଗାନିସ୍ତାନ ଟିମ୍ ନାଁରେ ରହିଥିଲେ । ଆଫଗାନିସ୍ତାନ ଦଳ ଆର୍ୟାଲାଣ୍ଡ ବିରୋଧରେ ୨୭୮ ରନ୍ କରିଥିଲା ।
ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରତି ଓଭରରେ ୧୦ ପ୍ରତିଶତରୁ ଅଧିକ ହାରରେ ରନ୍ ସଂଗ୍ରହ କରିଛି । ଭାରତୀୟ ଦଳ ୧୮ ଓଭର ୧୦ ପ୍ରତିଶତରୁ ଅଧିକ ରନରେଟ୍ରେ ରନ ସଂଗ୍ରହ କରିଛି । ଏହା ପୂର୍ବରୁ ଅଷ୍ଟ୍ରଲେଆ ନାଁରେ ଥିଲା ଏହି ରେକର୍ଡ । କଙ୍ଗାରୁ ଟିମ୍ ୧୭ ଓଭର ୧୦ ପ୍ରତିଶତରୁ ଅଧିକ ହାରରେ ରନ୍ ସଂଗ୍ରହ କରିଥିଲା । ଶ୍ରୀଲଙ୍କା ବିରୋଧରେ ଏହି ରେକର୍ଡ କରିଥିଲା ଅଷ୍ଟ୍ରେଲିଆ ଟିମ୍ । ଏହି ରେକର୍ଡକୁ ଭଙ୍ଗି ଦେଉଛି ସୂର୍ଯ୍ୟ ସେନା ।
ଟି-୨୦ କ୍ରିକେଟରେ ଟିମ୍ ଇଣ୍ଡିଆ ସର୍ବାଧିକ ଥର ୨୦୦ରୁ ଅଧିକ ରନ ସଂଗ୍ରହ କରିଛି । ଭାରତୀୟ ଦଳ ୭୭ ଥର ବିସ୍ଫୋରଣ ଇନିଂସ ଖେଳିଛି । ସମରସେଟ୍ ଟି-୨୦ କ୍ରିକେଟରେ ୩୬ଥର ୨୦୦ରୁ ଅଧିକ ରନ୍ ସଂଗ୍ରହ କରିଥିଲା । ଏହି ରେକର୍ଡକୁ ଭାଙ୍ଗି ଇଣ୍ଡିଆ ନିଜ ନାଁରେ ରେକର୍ଡ ସ୍ଥାପନ କରିଛି ।
ସୂର୍ଯ୍ୟକୁମାର ଯାଦବ ଟି-୨୦ ଅଧିନାୟକ ହେବା ପରେ ଟିମ୍ ଇଣ୍ଡିଆ ଦୁଇ ଥର ଶହେ ରନରୁ ଅଧିକ ମାର୍ଜିନରେ ମ୍ୟାଚ୍ ଜିତି ନେଇଛି । ବିରାଟ୍ କୋହଲି, ହାର୍ଦ୍ଦିକ୍ ପାଣ୍ଡ୍ୟା, କେଏଲ ରାହୁଲ ଏବଂ ଶୁବମନ ଗିଲଙ୍କ ନେତୃତ୍ବରେ ଭାରତୀୟ ଦଳ ଗୋଟିଏ ଗୋଟିଏ ଥର ଶହେରୁ ଅଧିକ ରନ ବିଜୟୀ ହୋଇଥିଲା ।
ଟିମ୍ ଇଣ୍ଡିଆର ପ୍ରଥମ ଓ୍ବିକେଟ୍ କିପର ବ୍ୟାଟର ଟି-୨୦ ମ୍ୟାଚରେ ଶତକ ହାସଲ କରିଛି । ସଞ୍ଜୁ ସାମସନ ମାତ୍ର ୪୦ଟି ବଲ୍ ଖେଳି ଶତକ ହାସଲ କରିଛନ୍ତି । ଏହା ପୂର୍ବରୁ ଇଷାନ କିଶାନ ୮୯ ରନ ଏବଂ ରିଷଭ ପନ୍ତ ୬୫ ରନର ଇନିଂସ ଖେଳିଥିଲେ । ଯାହା ସଞ୍ଜୁ ସାମସନଙ୍କ ପାଇଁ ଏକ ବଡ଼ ରେକର୍ଡ ।