ନୂଆଦିଲ୍ଲୀ ୧୦/୦୪: ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) କହିଛି ଯେ ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲା ଅନ୍ତର୍ଗତ ପ୍ରଭୁ ଭେଙ୍କଟେଶ୍ୱରଙ୍କ ବାସସ୍ଥାନ ତିରୁମାଲା ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନ ବୋଲି ପ୍ରମାଣ କରିବା ପାଇଁ ଐତିହାସିକ ତଥା ପ୍ରାସଙ୍ଗିକ ପ୍ରମାଣ ପ୍ରଦାନ କରିବ । ମନ୍ଦିରର ପ୍ରଶାସନ, ଟିଟିଡି, ଏପ୍ରିଲ ୧୩ଉଗାଡି ଉତ୍ସବ ଦିନ ବୁକଲେଟ୍ ଆକାରରେ ଏକ ଦଲିଲ ପ୍ରଦାନ କରିବାକୁ ଯାଉଛି, ଯାହା ପ୍ରମାଣ କରିବ କି ଅଞ୍ଜନାଦ୍ରି, ତିରୁମାଲାର ସାତୋଟି ପାହାଡ ମଧ୍ୟରୁ ଗୋଟିଏ । ଅଞ୍ଜନାଦ୍ରିକୁ ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନ କୁହାଯାଏ ।
{"width":573,"height":382}ଟିଟିଡି କାର୍ଯ୍ୟନିର୍ବାହୀ ଅଧିକାରୀ କେ.ଏସ୍ ଜବାହର ରେଡ୍ଡୀ କହିଛନ୍ତି, " ଆମେ ଏହା ପ୍ରମାଣ କରିବା ପାଇଁ ଏକ ପୁସ୍ତିକା ଆକାରରେ କମିଟିର ରିପୋର୍ଟ ଅଣିବୁ ଯେ ପ୍ରଭୁ ହନୁମାନ ପ୍ରକୃତରେ ଅଞ୍ଜନାଦ୍ରିରେ ଜନ୍ମ ହୋଇଥିଲେ, ଯାହା ତିରୁମାଲାର ସାତୋଟି ପାହାଡ ମଧ୍ୟରୁ ଗୋଟିଏ । "
ଗୁରୁବାର ରେଡ୍ଡୀଙ୍କ ସହ ଏକ ବୈଠକରେ ପ୍ୟାନେଲ ଟିଟିଡିକୁ ଏହାର ରିପୋର୍ଟ ଦାଖଲ କରିଛି । କମିଟିର ଜଣେ ସଦସ୍ୟ ନାମ ନ ଛାପିବା ସର୍ତ୍ତରେ କହିଛନ୍ତି, “ଜ୍ୟୋତିର୍ବିଜ୍ଞାନ ଉପରେ ଆଧାର କରି ପ୍ରଭୁ ରାମଙ୍କ ପଥ ଅନୁସନ୍ଧାନ କରିବା ପାଇଁ ଅତୀତରେ ଅନ୍ୟାନ୍ୟ ଅନୁସନ୍ଧାନକାରୀଙ୍କ ଦ୍ୱାରା ଅନେକ ଅଧ୍ୟୟନ କରାଯାଇଛି । ରାମେଶ୍ୱରମ୍ ଦେଇ ଶ୍ରୀଲଙ୍କାରେ ପ୍ରବେଶ କରିବା ପୂର୍ବରୁ ଅଯୋଧ୍ୟାଠାରୁ ଦକ୍ଷିଣକୁ ଯାତ୍ରା କରୁଥିବା ଭଗବାନ ରାମ ହୁଏତ ତିରୁମାଲାରେ ପ୍ରଭୁ ହନୁମାନଙ୍କୁ ଦେଖିଥିବେ । କମିଟି ସଦସ୍ୟ କହିଛନ୍ତି ଯେ, ଶାସ୍ତ୍ର ଅନୁଯାୟୀ, ଅଞ୍ଜନା ଦେବୀ ଭଗବାନ ହନୁମାନଙ୍କୁ ଜନ୍ମ ଦେବା ପୂର୍ବରୁ ତାମସାଲା ପାହାଡର ଏକ ଝରଣାରେ ଏବଂ ଅଖଡା ଗଙ୍ଗାରେ ଏକ ପବିତ୍ର ବୁଡ଼ ପକାଇଥିଲେ ।