ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୮ ପରିବାରର ୧୪ ବଖରା ଘର

Published By : Prameya-News7 Bureau | February 24, 2025 IST

ଟାଙ୍ଗୀ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୮ ପରିବାରର ୧୪ ବଖରା। ଘଟଣା ଘଟିଛି ଖୋର୍ଦ୍ଧା ନାଚୁଣୀ ଗ୍ରାମର ପୁରୁଣା ସାହିରେ। ସୋମବାର ଅପରାହ୍ନରେ ଗାଁର ପ୍ରାୟ ୮ ପରିବାରର ୧୪ ବଖରା ଘର ନିଆଁରେ ପୋଡ଼ି ହୋଇଯାଇଛି। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଟାଙ୍ଗୀ, ବାଲୁଗାଁ ଓ ବାଣପୁର ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି। 

ସୂଚନା ଅନୁଯାୟୀ, ଗାଁରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ନାଚୁଣୀ ପଞ୍ଚାୟତର ସମିତି ସଭ୍ୟ ବିରଞ୍ଚି ନାରାୟଣ ରାଉତଙ୍କ ୪ ବଖରା ଘର,  ଜୟ କୃଷ୍ଣ ସୁବୁଦ୍ଧିଙ୍କ ୪ ବଖରା ଘର ସମେତ କପିଳ ସୁବୁଦ୍ଧି, ବୈଷ୍ଣବ ସୁବୁଦ୍ଧି, କୈଳାସ ସୁବୁଦ୍ଧି, ପ୍ରଫୁଲ୍ଲ ସୁବୁଦ୍ଧି, ଧନୁ ରାଉତ, ମନୁ ରାଉତଙ୍କର ମୋଟ   ୧୪ ବଖରା ଘର ଓ ସମସ୍ତ ଆସବାବପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି। 

ସେପଟେ ପୋଡିଯାଇଥିବା ସମ୍ପତ୍ତି ଓ କ୍ଷୟକ୍ଷତି ଆକଳନ କରି ବିପନ୍ନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ କ୍ଷତିଗ୍ରସ୍ତ ପରିବାର ଓ ଗ୍ରାମବାସୀ ନିବେଦନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.