ପୋଲିସ୍ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍, ବ୍ୟାଙ୍କ୍‌ ଠାରୁ ଆରମ୍ଭ କରି ଜୁଏଲାରୀ ଦୋକାନଙ୍କ ଉପରେ ତୀକ୍ଷ୍ଣ ନଜର

Published By : Prameya-News7 Bureau | February 24, 2025 IST

ଆନନ୍ଦପୁର: ଉପଖଣ୍ଡ ଅଞ୍ଚଳରେ ପୋଲିସ୍ ପକ୍ଷରୁ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ୍। ବିଭିନ୍ନ ଛକ ବଜାରରେ ଥିବା ସରକାରୀ ଓ ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥା, ବ୍ୟାଙ୍କ୍ ଏବଂ ଜୁଏଲାରୀ ଦୋକାନ ଗୁଡ଼ିକୁ ପୋଲିସ ପକ୍ଷରୁ ସଚେତନ କରାଯାଉଛି। ଏହା ସହ ସେଠାରେ ଥିବା ସୁରକ୍ଷା ଉପକରଣ ଯାଞ୍ଚ ମଧ୍ୟ କରିଛି ପୋଲିସ୍।

ଏନେଇ ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ କୁମାର ବେହେରା କହିଛନ୍ତି, ନିକଟ ଅତୀତରେ ରାଜ୍ୟରେ ଏହିଭଳି ସଂସ୍ଥାମାନଙ୍କରେ ଡକାୟତି ଘଟଣା ବଢ଼ିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦୁଝର ଏସପିଙ୍କ ନିର୍ଦ୍ଦେଶରେ ପୋଲିସ୍ ଏଭଳି ପଦକ୍ଷେପ ନେଇଛି। 

ସେ ଆହୁରି କହିଛନ୍ତି ପୋଲିସ ସ୍ଥାନୀୟ ଅଞ୍ଚଳରେ ଥିବା ବ୍ୟାଙ୍କ, ଅର୍ଥ ଲଗାଣକାରୀ ସଂସ୍ଥା ଓ ଜୁଏଲାରୀ ଦୋକାନକୁ କେବଳ ସଚେତନ ହିଁ କରୁନାହିଁ। ଆଖପାଖରେ କୌଣସି ବ୍ୟକ୍ତିଙ୍କ କାର୍ଯ୍ୟକଳାପ ସନ୍ଦେହ ହେଲେ ତୁରନ୍ତ ୧୧୨ ନଂରେ ଯୋଗାଯୋଗ କରିବାକୁ ମଧ୍ୟ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.