ଚାଲିଥିଲା ପଞ୍ଚାୟତ ସମିତି ବୈଠକ, ସାମ୍ବାଦିକଙ୍କୁ ବାହାରକୁ ଯିବାକୁ କହିଲେ ଅଧ୍ୟକ୍ଷା

Published By : Prameya-News7 Bureau | February 24, 2025 IST

ବାଲିପାଟଣା ୨୪ ।୦୨ : ବ୍ଲକ ଅଧ୍ୟକ୍ଷାଙ୍କ ମନ୍‌ମାନି । ବାଲିଅନ୍ତା ବ୍ଲକ କାର୍ଯ୍ୟାଳୟରେ ଚାଲିଥିଲା ପଞ୍ଚାୟତ ସମିଟି ବୈଠକ । ହଠାତ୍‌ ସାମ୍ବାଦିକଙ୍କୁ ବୈଠକରୁ ବାହାରକୁ ଯିବାକୁ କହିଥିଲେ ବ୍ଲକ ଅଧ୍ୟକ୍ଷା । ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥାନାରେ ବସିଛନ୍ତି ସାମ୍ବାଦିକମାନେ । 

ସୋମବାର ଦିନ ବାଲିଅନ୍ତା ବ୍ଲକରେ ପଞ୍ଚାୟତ ସମିତି ବୈଠକ ବସିବାର ଥିଲା । ଏଥିରେ ଯୋଗ ଦେବା ପାଇଁ ସାମ୍ବାଦିକଙ୍କ ମଧ୍ୟ ସୂଚନା ଦିଆଯାଇଥିଲା । ନିର୍ବାଚିତ ଜନ ପ୍ରତିନିଧି, ସମସ୍ତ ବିଭାଗର ଅଧିକାରୀ, କର୍ମଚାରୀ ହିଁ ଏହି ବୈଠକରେ ଯୋଗ ଦେଇଥିଲେ ।ମାତ୍ର ବୈଠକ ପ୍ରାୟ ଏକ ଘଣ୍ଟା ଧରି ଚାଲିବା ପରେ ବ୍ଲକ ଅଧ୍ୟକ୍ଷା ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିବେ । ତେଣୁ ସମସ୍ତ ସାମ୍ବାଦିକଙ୍କୁ ବାହାରକୁ ଯିବାକୁ କହିଥିଲେ । ଯାହାକୁ ବିରୋଧ କରିଥିଲେ ସେଠାରେ ଉପସ୍ଥିତ ଥିବା ସାମ୍ବାଦିକ । ଏପିରିକି ବ୍ଲକ  ବ୍ଲକ ପରିସରରେ ସାମ୍ବାଦିକମାନେ ଧାରଣାରେ ବସିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.