କମିଶନରେଟ୍‌ ପୋଲିସର ନୂଆ ରଣନୀତି, AI କ୍ୟାମେରା ଲେନ୍ସରେ ରହିବ ଅପରାଧ,ଦୁର୍ଘଟଣା ପ୍ରବଣ ଅଞ୍ଚଳ

Published By : Prameya-News7 Bureau | February 24, 2025 IST

ଭୁବନେଶ୍ବର ୨୪/୨: ରାଜଧାନୀରେ ଦିନକୁ ଦିନ ବଢିଚାଲିଛି ଅପରାଧ,ଚୋରି,ଦୁର୍ଘଟଣା । ପୋଲିସକୁ ଖୋଲା ଚାଲେଞ୍ଜ ଦେଉଛନ୍ତି ଅପରାଧୀ । ପ୍ରତିଦିନ ହତ୍ୟା,ଲୁଟ୍‌, ଦୁର୍ଘଟଣା ପରି ଖବର ସାମ୍ନାକୁ ଆସୁଛି । ପୋଲିସ ଡାଳେ ଡାଳେ ଗଲେ ପତ୍ରେ ପତ୍ରେ ଯାଉଛନ୍ତି ଅପରାଧୀ । ଏଥର ଅପରାଧୀଙ୍କୁ ଚେକ୍‌ ଦେବାକୁ ନୂଆ ନୀତି ଆପଣାଇଛି କମିଶନରେଟ୍‌ ପୋଲିସ । ଏଣିକି AI କ୍ୟାମେରା କ୍ୟାମେରା ଲେନ୍ସରେ ରହିବ ରାଜଧାନୀ ଭୁବନେଶ୍ବର । ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍‌.ଦେବଦତ୍ତ ସିଂହ । 


ସେ କହିଛନ୍ତି ଏବେ ରାଜଧାନୀରେ ଶହେ କ୍ୟାମେରା ରହିଛି । ହେଲେ ରାଜଧାନୀରେ ଲୋକ ସଂଖ୍ୟା ବଢିଥିବାରୁ ଅଧିକ AI କ୍ୟାମେରା ଆଣିବାକୁ ପ୍ରସ୍ତାବ ଦିଆଯାଇଛି । ସରକାରଙ୍କ ନିକଟରେ ଟେଣ୍ଡର ହୋଇଚି । ଅଧିକ ଟେକ୍ନୋଲଜି ମାଧ୍ୟମରେ ସମସ୍ତ ସେବା ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରି ପାରିବ AI କ୍ୟାମେରା । ଅପରାଧ ପ୍ରବଣ ଅଞ୍ଚଳ, ଟ୍ରାଫିକ ଛକ, ଦୁର୍ଘଟଣା ପ୍ରବଣ ଅଞ୍ଚଳ ରାସ୍ତା, ATM  ଥିବା ସ୍ଥାନ, ଅଧିକ ଚୋରି , ଡକାୟତ ହେଉଥିବା ଅଞ୍ଚଳ  ମାନଙ୍କରେ ଲାଗିବ AI କ୍ୟାମେରା ।  ଯାହାଦ୍ଵାରା ଅପରାଧୀଙ୍କୁ ଧରିବାରେ ପୋଲିସ ପାଇଁ ସହାୟକ ହୋଇପାରିବ । କ୍ୟାମେରା ଦ୍ଵାରା ଅନେକ ଲାଭ ହେଉଚି। ସହରକୁ ସୁରକ୍ଷା ଯୋଗାଇ ହେଉଛି ।  ଯେଉଁଠି ଅଘଟଣ ହେଉଚି ବା ଅପରାଧୀଙ୍କ ଆଡ୍ଡା  ଜମୁଛି ହେବ ସେଠି ନଜର ରଖିବ କ୍ୟାମେରା । ଆପାର୍ଟମେଣ୍ଟ ଗୁଡିକରେ କ୍ୟାମେରା ଲଗାଯିବାକୁ କହିବା ପରେ ଏବେ ସବୁ ଆପାର୍ଟମେଣ୍ଟରେ କ୍ୟାମେରା ଲାଗିଥିବା କହିଛନ୍ତି ପୋଲିସ କମିଶନର । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.