ଆସ୍କା ୨୪।୦୨ : ସବର୍ଣ୍ଣ-ଅସବର୍ଣ୍ଣକୁ ନେଇ ବଢୁଛି ବିବାଦ । ପରିସ୍ଥିତି ଏବେ ଜଟିଳ । ଦୀର୍ଘ ୨୫ ବର୍ଷ ପରେ ବି ସମାଧାନର ବାଟ ଖୋଜିପାଉନି ପ୍ରଶାସନ । ସମସ୍ୟା ନେଇ ରାସ୍ତାରେ ବସିଛନ୍ତି ପୁରା ଗାଁର ଲୋକ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଗଞ୍ଜାମ ଜିଲ୍ଲା ଆସିକା ଥାନା ବାଲିଛାଇ ଗାଁରେ ଦୀର୍ଘ ୨୫ ବର୍ଷ ହେଲା ସବର୍ଣ୍ଣ-ଅସବର୍ଣ୍ଣକୁ ନେଇ ଲାଗିରହିଛି ବିବାଦ l ୨୫ ବର୍ଷ ପୂର୍ବେ ଏହି ବିବାଦରେ ଗାଁରୁ ୫୦ ଟି ଅସବର୍ଣ୍ଣ ପରିବାର ବିସ୍ଥାପିତ ହୋଇଥିବା ବେଳେ ବେସାହାରା ହୋଇ ଦୁଃଖ ଦୁର୍ଦ୍ଦଶାରେ କାଳ କାଟୁଛନ୍ତି । ଏନେଇ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ l ୨୫ ବର୍ଷ ଧରି ପ୍ରଶାସନ ପକ୍ଷରୁ ବିବାଦର ସମାଧାନ କରିବା ପାଇଁ ଅନେକ ଥର ଚେଷ୍ଟା କରାଯାଇଛି l ଏପିରିକି ଅନେକ ଥର ଉଭୟଙ୍କ ଉପସ୍ଥିତିରେ ବୈଠକ ମଧ୍ୟ ହୋଇଛି l କିନ୍ତୁ କୌଣସି ନିଷ୍କର୍ଷ ବାହାରିପାରିନି l
ଶେଷରେ ଗତ ଫେବୃଆରୀ ୧୯ ତାରିଖରେ ସବର୍ଣ୍ଣ ଜାତିର ଗାଁ କମିଟି ଓ ଅସବର୍ଣ୍ଣ ଲୋକଙ୍କୁ ନେଇ ଏକ ବୈଠକ ବସିଥିଲା । ଆସିକା ବ୍ଲକ ସମ୍ମିଳନୀ କକ୍ଷରେ ଭଞ୍ଜନଗର ଉପଜିଲ୍ଲାପାଳ, ତହସିଲ ଓ ପୋଲିସ ପ୍ରଶାସନ ପକ୍ଷରୁ ବିସ୍ଥାପିତ ଅସବର୍ଣ୍ଣ ପରିବାରଙ୍କ ଜମିର ମାପଚୁପ କରି ପୁନଃ ଥଇଥାନ ପାଇଁ ଆଲୋଚନା କରାଯାଇଥିଲା l ସୋମବାର ଦିନ ଜମି ମାପଚୁପ ପାଇଁ ପ୍ରଶାସନ ପୋଲିସ ଗାଁକୁ ଆସିବାର ଥିଲା । ଏହା ଜଣାପଡିବା ପରେ ସବର୍ଣ୍ଣ ଗୋଷ୍ଠୀ ପକ୍ଷରୁ ବିରୋଧ କରାଯାଇଥିଲା । ଏପିରିକି ରାସ୍ତା ରୋକ ପାଇଁ ଗାଁରେ ଘଣ୍ଟା ବାଡେଇଥିଲେ ବାସିନ୍ଦା । ତେବେ ବିବାଦ ବଢିବା ଦେଖି ପୋଲିସ ପ୍ରଶାସନ ଗ୍ରାମବାସୀଙ୍କ ସହ ଆଲୋଚନା ଜାରି ରଖିଛି।
ଏକତରଫା ପ୍ରେମର କରୁଣ ପରିଣତି, ଯୁବତୀଙ୍କୁ ଗଳାକାଟି ହତ୍ୟା କଲା ଦୁର୍ବୃତ୍ତ,ପୋଲିସର ଛାନ୍ଭିନ୍