ଜଗତସିଂହପୁର: ମହିଳା ଗାର୍ଡଙ୍କୁ ପ୍ରେମ କରିବା କୁଜଙ୍ଗ ଥାନା ଅଧିକାରୀ ତପନ ନାହାକଙ୍କୁ ପଡ଼ିଲା ମହଙ୍ଗା। ମହିଳା ହୋମଗାର୍ଡଙ୍କ ପ୍ରେମ ଘଟଣାରେ ଜେଲ୍ ଗଲେ ଥାନା ଅଧିକାରୀ । ଆଜି ଗୋଟିଏ ପଟେ ମହିଳା ହୋମଗାର୍ଡଙ୍କର ମାଜିଷ୍ଟେଟଙ୍କ ଉସ୍ଥିତିରେ ୧୬୪ ବୟାନ ରେକର୍ଡ କରାଯାଇଥିବା ବେଳେ ଅନ୍ୟ ପଟରେ ସମ୍ପୃକ୍ତ ଥାନା ଅଧିକାରୀ ତପନ ନାହାକଙ୍କୁ ଡିଜି ନିଲମ୍ବିତ କରିଛନ୍ତି ।
ଏହା ସହିତ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ନିଲମ୍ବିତ ଥାନା ଅଧିକାରୀ ତପନ ନାହାକଙ୍କର ମେଡ଼ିକାଲ ଟେଷ୍ଟ କରାଯିବା ସହିତ କୋର୍ଟରେ ୧୬୪ ବୟାନ ରେକର୍ଡ କରାଯାଇଛି । ଏହା ସହିତ ସମ୍ପୃକ୍ତ ନିଲମ୍ବିତ ଥାନା ଅଧିକାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ନିଲମ୍ବିତ ଆଇଆଇସି ତପନ ନାହାକଙ୍କୁ ଆଳି ପିଙ୍ଗଳ ଜେଲ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ, ମହିଳା ହୋମଗାର୍ଡଙ୍କୁ ପ୍ରେମ କରିଥିଲେ କୁଜଙ୍ଗ ଥାନା ଅଧିକାରୀ ତପନ ନାହାକ। ଖାଲି ପ୍ରେମ ନୁହେଁ ଶାରୀରିକ ସମ୍ପର୍କ ବି ରଖିଲେ । ପରେ ସମ୍ପୃକ୍ତ ଥାନା ବାବୁ ଜଣକ ଧରାଛୁଆଁ ନ ଦେବାରୁ ମାମଲା ଏବେ ସଙ୍ଗିନ ହୋଇ ପଡିଛି । ମହିଳା ହୋମଗାର୍ଡ ଜଣକ ଶେଷରେ ବାଧ୍ୟ ହୋଇ ଆଇନର ଆଶ୍ରୟ ନେବା ସହିତ ଜଗତସିଂହପୁର ସଦର ଥାନାରେ ଏତଲା ଦେଇଥିଲେ । ଗତକାଲି ମହିଳା ହୋମଗାର୍ଡ ଜଣକ ଥାନାରେ ଏତଲା ଦେବା ପରେ ଅଭିଯୁକ୍ତ ଥାନା ଅଧିକାରୀ ଖବର ପାଇ ଫେରାର ହୋଇ ଯାଇଥିଲେ । ଜଗତସିଂହପୁର ପୋଲିସର ଏକ ସ୍ବତନ୍ତ୍ର ଟିମ ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ନିକଟରୁ ଧରି ଜଗତସିଂହପୁର ଥାନାକୁ ଆଣିଥିଲେ ।
Also read: ବରଯାତ୍ରୀରେ ବରକୁ ହତ୍ୟା ଷଡଯନ୍ତ୍ର ; ମୁଖ୍ୟ ଅଭିଯୁକ୍ତ ଗିରଫ
ଆଜି ଉଭୟଙ୍କୁ ଏସପି ଅଫିସ ମଧ୍ୟରେ ଏକ ୯ ଜଣିଆ ଟିମ ଜେରା କରିବା ସହ ସମୃକ୍ତ ମହିଳା ହୋମଗାର୍ଡଙ୍କର ଡାକ୍ତରୀ ମାଇନା କରାଯାଇଥିଲା। ଘଟଣାର ଆପୋଷ ସମାଧାନ ପାଇଁ ବହୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା । ଶେଷରେ ଆଜି ନିଲମ୍ବିତ ଆଇଆଇସି ତପନ ନାହାକ ଜେଲ୍ ଯାଇଛନ୍ତି।