ଝାରସୁଗୁଡା : ଝାରସୁଗୁଡା ସହର ନିକଟସ୍ଥ ମାଳିମୁଣ୍ଡାରେ ଥିବା ଇକୋ ପାର୍କରେ ଜଳିଗଲା ୧୫ହଜାରରୁ ଅଧିକ ଗଛ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ । କେହି ଦୃବୁର୍ତ୍ତ ନିଆଁ ଲଗାଇଦେଇଥିବା ଅନୁମାନ କରୁଛି ବନବିଭାଗ ।
ଇକୋ ପାର୍କରେ ୨୦୧୭ରୁ ୨୦୨୧ ମଧ୍ୟରେ ଲାଗିଥିଲା । ୧୫ ହଜାର ଗଛ।ପରବର୍ତ୍ତୀ ସମୟରେ ପାଖାପାଖି ଆଉ ୭ ହଜାର ଏହିଭଳି ମୋଟ ୨୨ ହଜାର ଗଛ ଲଗାଇ ଥିଲା ବନ ବିଭାଗ।ଗତ ସପ୍ତାହକ ମଧ୍ୟରେ ୩ ଥର ନିଆଁ ଲାଗି ପ୍ରାୟ ୧୫ହଜାର ଗଛ ପୋଡି ନଷ୍ଟ ହୋଇଛି।ଏଥିରେ ବଡ଼ ବଡ଼ ଆମ୍ବ, ଲିମ୍ବ, ଶିଶୁ, ଶାଗୁଆନ ଭଳି ଗଛ ପୋଡି ଯାଇଥିଲା ବେଳେ ହଜାର ହଜାର ଗଛର ପତ୍ର ଓ ଡାଳ ପୋଡି ଯାଇଥିଲା।ଫଳରେ ଏହି ଗଛ ବଞ୍ଚିବା ଆଶା ମଧ୍ୟ କ୍ଷୀଣ।ଏହାକୁ ନେଇ ଗଛ ଜଗିବା ଦାୟିତ୍ୱରେ ଥିବା କର୍ମଚାରୀ ପ୍ରତିକ୍ରିୟା ଦେଇ ପରୋକ୍ଷରେ ବନ ବିଭାଗକୁ ଦାୟୀ କରିଛନ୍ତି।