ସାଲେପୁର ୨୬।୦୨ : ବୁଧବାର ମହାଶିବରରାତ୍ରି । ବିଶ୍ୱାସ ରହିଛି କି ଆଜିର ଦିନରେ ମହାଦେବଙ୍କ ନିକଟରେ ଉଜାଗର ରହି ଦୀପ ଜାଳିଲେ ସବୁ ମାନସିକ ପୂରଣ ହୁଏ । ସେଥିପାଇଁ ପ୍ରତ୍ୟେକ ଶୈବପୀଠ ଆଜି ଚଳଚଞ୍ଚଳ । ଏହିପ୍ରରିପେକ୍ଷୀରେ ସାଲେପୁର ବ୍ଲକ ସୌରୀ ପଞ୍ଚାୟତର କିଶିନାପୁର ଗାଁର ଅବସ୍ଥିତ କଟକ ଜିଲ୍ଲାର ସର୍ବପୁରାତନ ଶୈବପୀଠ ଚାଟେଶ୍ୱର ମହାଦେବଙ୍କ ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ ଲାଗିରହିଛି । ଭକ୍ତଙ୍କ ବିଶ୍ୱାସ୍ ଅଛି କି ଚାଟେଶ୍ୱରଙ୍କ ପାଖରେ ନିଷ୍ଠାର ସହ ଉଜାଗର ରହି ଦୀପ ଜାଳିବା ସହ ଟୋପର ଦେଲେ, ରୋଗ ବୈରାଗରୁ ମୁକ୍ତି ମିଳିବ । ଯାହା ମାନସିକ କରିଥିବା ତାହା ନିଶ୍ଚିତ ପୂରଣ ହେବ । ପ୍ରାତଃ ୩ ଘଟିକାରୁ ଚାଟେଶ୍ୱରଙ୍କ ନୀତିକାନ୍ତି ଆରମ୍ଭ ହୋଇଥାଏ । ଏହାପରେ ରାତି ୩ଟାରେ ମହାଦୀପ ଉଠିବ । ସକାଳୁ ସକାଳୁ ଚାଟେଶ୍ୱରଙ୍କ ଦର୍ଶନ କରିବା ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି ।ତେବେ ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ସାଲେପୁର ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
କେଜ୍ରିୱାଲଙ୍କୁ ନେଇ ବଢ଼ିଲା କଳ୍ପନାଜଳ୍ପନା, ସଞ୍ଜୀବ ଆ...
