ଅପରେସନ ବେଳେ ମାଓବାଦୀଙ୍କ ସ୍ବାସ୍ଥ୍ୟ ଶିବିର ଠାବ, ଜଙ୍ଗଲରୁ ମିଳିଲା ଅତ୍ୟାଧୁନିକ ମେସିନ୍

Published By : Prameya-News7 Bureau | February 26, 2025 IST

ମାଲକାନଗିରି ୨୬।୦୨: ଅପରେସନ ବେଳେ ମାଓବାଦୀଙ୍କ ସ୍ୱାସ୍ଥ୍ୟ ଶିବିର ଠାବ । ବନ୍ଧୁକ ଓ ଗୋଳାବାରୁଦ ପରେ ଏବେ ଜଙ୍ଗଲରୁ ମିଳିଛି ମାଓବାଦୀଙ୍କ ଚକ୍ଷୁ ପରୀକ୍ଷା କରିବା ଅତ୍ୟାଧୁନିକ ମେସିନ୍ । ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାର ମିନାଭଟ୍ଟା ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ସର୍ଚ୍ଚ ଅପରେସନ ବେଳେ ଠାବ ହୋଇଛି ମେଡିସିନ୍ ଡମ୍ପ । 

ଗତ କିଛି ଦିନ ହେବ ମାଓ ଅଞ୍ଚଳରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଛି ଜୋରଦାର ଅପରେସନ। ଏଥିରେ ଅନେକ ମାଓବାଦୀ ନିହତ ହୋଇସାରିଲେଣି । ପୋଲିସ ଅପରେସନ ଭୟରେ ଜଙ୍ଗଲ ଭିତରୁ ଆଉ ବାହାରକୁ ବାହାରି ପାରୁନାହାନ୍ତି ମାଓବାଦୀ । ଯାହାଫଳରେ ଜଙ୍ଗଲ ଭିତରେ ରହି ନିଜର ଚିକିତ୍ସା କରୁଛନ୍ତି । ଏହିକ୍ରମରେ ଛତିଶଗଡ଼ ସୀମାନ୍ତ ସୁକମା ଜିଲ୍ଲାର ମିନାଭଟା ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ସ୍ଥାନୀୟ ପୋଲିସଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଛି । ଏହି ଅପରେସନ ସମୟରେ ଜଙ୍ଗଲ ଭିତରୁ ମାଓବାଦୀଙ୍କ ପକ୍ଷରୁ କରାଯାଇଛି ଏକ ମେଡିସିନ୍ ଡମ୍ପ ମିଳିଛି । ଯେଉଁଥିରୁ ଅନେକ ଦାମୀ ଦାମୀ ମେଡିକାଲ ସାମଗ୍ରୀ ମିଳିଛି । ପ୍ରାୟ ୨୦ ଲକ୍ଷ ଟଙ୍କାର ଅତ୍ୟାଧୁନିକ ଚକ୍ଷୁ ପରୀକ୍ଷା କରିବା ଲାଗି ଏକ କମ୍ପୁଟରାଇଜ ମେସିନ ମଧ୍ୟ ଠାବ ହୋଇଛି। ଯାହା କେବଳ ବଡ ବଡ ଡାକ୍ତରଖାନାରେ ଉପଲବ୍ଧ ହୋଇଥାଏ। ଏହି ମେଡିସିନ୍ ଡମ୍ପ ଠାବ ହେବା ପରେ ଆଖପାଖ ଜଙ୍ଗଲରେ ଅପରେସନକୁ ଜୋରଦାର କରାଯାଇଛି ବୋଲି ସୁକୁମା ଏସପି କିରଣ ଚୌହାନ ସୂଚନା ଦେଇଛନ୍ତି ।

ଫେବୃୟାରୀ ମାସରୁ ତାତିଲାଣି, ଲୁ' ପାଇଁ ୩ ରାଜ୍ୟକୁ ସତର୍କ ସୂଚନା

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.