ମହାଶିବରାତ୍ରି ପାଇଁ ଉତ୍ସବ ମୁଖର ମହାବିନାୟକ ପୀଠ, ଜଳ ଲାଗି କରୁଛନ୍ତି ଶ୍ରଦ୍ଧାଳୁ

Published By : Prameya-News7 Bureau | February 26, 2025 IST

ଚଣ୍ଡିଖୋଲ ୨୬।୦୨ : ଆଜି ହେଉଛି ପବିତ୍ର ମହାଶିବରାତ୍ରି । ଏନେଇ ସବୁ ଶୈବ ପୀଠ ଉତ୍ସବ ମୁଖର ହୋଇଉଠିଛି । ଶହ ଶହ ଶ୍ରଦ୍ଧାଳୁ ଶିବ ପୀଠରେ ଜଳ ଲାଗି କରିଛନ୍ତି।  ଏହି ଅବସରରେ ଯାଜପୁର ଜିଲ୍ଲା ଚଣ୍ଡିଖୋଲ  ପ୍ରସିଦ୍ଧ ମହାବିନାୟକ ପୀଠ ଉତ୍ସବ ମୁଖର ହୋଇଉଠିଛି । 

ବୁଧବାର ସକାଳ ସମୟରେ ପୂଜକମାନଙ୍କ ଦ୍ଵାରା ସ୍ଵତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ପରେ ପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଶ୍ରଦ୍ଧାଳୁ ମାନେ ଲମ୍ବା ଧାଡ଼ିରେ ଭୋଗ ପସରା ଧରି ଛିଡା ହୋଇ ପ୍ରଭୁଙ୍କ ଆଶିଷ ଭିକ୍ଷା କରିଛନ୍ତି। ଅନ୍ୟ ପକ୍ଷରେ ଜନ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି ଓ ବଡଚଣା ଥାନା ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ବିଳମ୍ବିତ ରାତି ମହା ଦ୍ଵୀପ ଉଠିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି।


  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.