ଆଠଗଡ଼ ୨୬।୦୨ : ଆଠଗଡ଼ ଖୁଣ୍ଟୁଣୀ ମହାଲକ୍ଷ୍ମୀପୁର ରାଣୀବଣିଆ ଆଦର୍ଶ କାରାଗାରରେ ଅଘଟଣ । ଜଣେ ବିଚରାଧୀନ କଏଦୀଙ୍କର ସନ୍ଦେହନଜନକ ଭାବେ ମୃତ୍ୟୁ ହୋଇଛି । ମୃତ କଏଦୀ ଜଣଙ୍କ ହେଲେ ତିଗିରିଆ ଥାନା ପଙ୍କାଳ ଗାଁର ତୟାବ ବୋଲି ଜଣାପଡିଛି।
୩୭ ବର୍ଷୀୟ ତୟାବ ଗତ ଡିସେମ୍ବର ମାସରୁ ଖୁଣ୍ଟୁଣୀ ମହାଲକ୍ଷ୍ମୀପୁର ଜେଲରେ ବିଚରାଧୀନ କଏଦୀ ଭାବେ ଥିଲେ । ମଙ୍ଗଳବାର ଦିନ ସେ ଘର ଲୋକଙ୍କ ସହି କଥା ହୋଇଥିଲା କି ଆଉ ଦୁଇ ଦିନ ପରେ ବେଲ୍ ପାଇବେ ବୋଲି ବି କହିଥିଲେ । ହେଲେ ବୁଧବାର ଦିନ ସକାଳୁ ପରିବାର ଲୋକଙ୍କୁ ଫୋନ୍ ଆସିଲା କି ତୟାବଙ୍କ ମୃତଦେହ ଆଠଗଡ଼ ମେଡିକାଲରେ ଅଛି, ଆପଣମାନେ ତୁରନ୍ତ ଆସନ୍ତୁ । ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆଣିଛନ୍ତି । ମୃତ୍ୟୁ ଘଟଣାର ତଦନ୍ତ ଦାବିରେ ପରିବାର ଏବଂ ଗାଁ ଲୋକଙ୍କ ପକ୍ଷରୁ ଖୁଣ୍ଟୁଣୀ ନରସିଂହପୁର ୬୫ ନମ୍ବର ରାଜ୍ୟ ରାଜପଥର ପଙ୍କାଳ ଛକ ନିକଟରେ ରାସ୍ତା ରୋକ କରାଯାଇଛି । ତିଗିରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।
ଜେଲ୍ ପୂର୍ବତନ ସୁପରିଣ୍ଟେଣ୍ଡେଣ୍ଟଙ୍କ ଖୁଲାସା, ତିହାର ଜେଲରେ ସୁବ୍ରୋତୋ ରାୟଙ୍କୁ ଭେଟିବାକୁ ଆସୁଥିଲେ ଏୟାର ହୋଷ୍ଟେସ