ବଲାଙ୍ଗୀର : ବରଯାତ୍ରୀରେ ବରକୁ ହତ୍ୟା ଷଡଯନ୍ତ୍ରର ମୁଖ୍ୟ ଅଭିଯୁକ୍ତ ଗିରଫ। ଦେଓଗାଁ ପୋଲିସ ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ବିଶ୍ୱାଳକୁ ଗିରଫ କରିଛି। ଘଟଣା ପରେ ମୋହନଗିରିରେ ଯାଇ ଲୁଚିଥିବା ବେଳେ ଏବେ ଅଭିଯୁକ୍ତକୁ ଧରିଛି ପୋଲିସ। ପୂର୍ବରୁ ୭ ଜଣଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଫେରାର ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ। ତେବେ ଜମିଭାଗବଣ୍ଟାକୁ ନେଇ ପୂର୍ଵ ଶତ୍ରୁତା ଥିବା ଯୋଗୁ ଏମିତି ଘଟଣଇା ଘଟିଥିବା ସୂଚନା ମିଳିଛି।
ସୂଚନାନୁସାରେ ଦେଓଗାଁ ଥାନା ଅନ୍ତର୍ଗତ ଗାଈବାହାଲ ଗାଁରେ ରବିବାର ରାତିରେ ବାଦୀଜୋରରୁ ଆସିଥିଲେ ବରଯାତ୍ରୀ । ତେବେ ପୂର୍ବ ଶତ୍ରୁତାରୁ ବରକୁ ମାରିବାକୁ ସାଂଗରେ ଆସିଥିଲେ ୧୦ରୁ ଅଧିକ ଯୁବକ । ସେମାନଙ୍କ କାର୍ଯ୍ୟକଳାପ ଓ ଗତିବିଧି ଉପରେ ଗାଁ ଲୋକଙ୍କ ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ । ପୋଲିସ ତୁରନ୍ତ ପହଞ୍ଚି ଯୁବକମାନଙ୍କୁ କାବୁ କରିଥିଲା । ତେବେ ୭ ଜଣ ଧରାପଡିଥିବାବେଳେ ଆଉ ୩ ଚଂପଟ ମାରିଥିଲେ । ସେମାନଙ୍କ ନିକଟରୁ ବିଭିନ୍ନ ହତିଆର ଜବତ କରାଯାଇଥିଲା ।
Also Read-