ବୌଦ୍ଧ ୩୦।୧୦: ବୌଦ୍ଧ ବାଉଁଶୁଣି ଥାନା ମହାରାଜା ଢ଼ାବା ନିକଟରେ ଥିବା ଘରୋଇ ବସ୍ ‘ମାହେଶ୍ୱରୀ’ ବସ୍ ଭିତରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର । ମୃତ ଡ୍ରାଇଭର ସୋନପୁର ଜିଲ୍ଲା ବିନିକା ଥାନା ମନଗାଁ ଗ୍ରାମର ଜଗନ୍ନାଥ ସେଠୀ । ଡ୍ରାଇଭରଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ । ମୃତଦେହ ଉଦ୍ଧାର କଲେ ବସ୍ କର୍ମଚାରୀ । ମୃତଦେହ ଜବତ କରି ବାଉଁଶୁଣି ପୋଲିସ ତଦନ୍ତ ଜାରି ରଖିଛି ।
ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଠାରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ ‘ମାହେଶ୍ୱରୀ’ ପ୍ରତ୍ୟେକ ଦିନ ରାତିରେ ବାଉଁଶୁଣୀ ମହାରାଜା ଢାବା ନିକଟରେ ରହିଥାଏ । ପ୍ରତିଦିନ ସକାଳ ସମୟରେ ସମ୍ବଲପୁର ଅଭିମୁଖେ ବାହାରିଥାଏ l ତେବେ ପ୍ରତ୍ୟେକ ଦିନ ଭଳି ବସ୍ ଭିତରେ ଶୋଇଥିବା କଣ୍ଡକ୍ଟର ଓ ହେଲପର ସକାଳେ ଉଠି ଗାଡ଼ିକୁ ବସଷ୍ଟାଣ୍ଡକୁ ନେବା ପାଇଁ ଡ୍ରାଇଭରଙ୍କୁ ଉଠାଇବା ବେଳେ ସେ ନିଶ୍ଚଳ ହୋଇ ଶୋଇଥିବା ଦେଖିଥିଲେ l ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବାଉଁଶୁଣୀ ଡାକ୍ତରଖାନାକୁ ଆଣିଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବାଉଁଶୁଣୀ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତେବେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ତଦନ୍ତ ପରେ ଏବଂ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
You Can Read:
ହାଇ ରିଟର୍ଣ୍ଣ ଆଶା ଦେଖାଇ ଇନଭେଷ୍ଟରଙ୍କୁ ଠକେଇ : ୨୪ ସାଇବର ଫ୍ରଡ଼ଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ