ଡେରାଡୁନ: ଉତ୍ତରକାଶୀ ଟନେଲ୍ ଭିତରେ ଫସିରହିଥିବା ୪୦ ଶ୍ରମିକଙ୍କ ଉଦ୍ଧାର ପାଇଁ ରାତି ଦିନ ଉଦ୍ୟମ ଜାରି ରହିଛି। ଆମେରିକାରୁ ଆସିଥିବା ଏକ ହେଭି ଅଗର ମେସିନକୁ ଏବେ ଏଥିରେ ଲଗାଯାଇଛି। କେନ୍ଦ୍ରମନ୍ତ୍ରୀ ଭି କେ ସିଂହ ଆଜି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ସମସ୍ତ ଶ୍ରମିକ ସୁରକ୍ଷିତ ଥିବା ସେ କହିଛନ୍ତି। ହେଲେ ଏଣେ ପରିବାର ଲୋକଙ୍କର ଚିନ୍ତା ବଢ଼ିବାରେ ଲାଗିଛି। ତେବେ ଶ୍ରମିକଙ୍କ ଉଦ୍ଧାର ପାଇଁ ଆଉ କେତେ ଦିନ ଲାଗି ତାହା କହିବା ମୁସ୍କିଲ। ତେବେ ଆଉ ୨ରୁ ୩ ଦିନ ସମୟ ଲାଗିପାରେ ବୋଲି କୁହାଯାଉଛି।
wp:heading {"level":4}ଅଧିକ ପଢନ୍ତୁ- ୫ମାସ ପରେ ପୃଥିବୀକୁ ଫେରିଲା ଚନ୍ଦ୍ରଯାନ-୩ର ରକେଟ୍, ଜାଣନ୍ତୁ ପଡିଲା କେଉଁଠି?
/wp:heading୧୨୦ ଘଣ୍ଟା ବିତିଥିଲେ ସୁଦ୍ଧା ଟେନଲ ଭିତରେ ବନ୍ଦ ହୋଇ ରହିଛନ୍ତି ୪୦ ଶ୍ରମିକ। ଉଦ୍ଧାର କରିବାକୁ ବାହାରେ ଲାଗିଛନ୍ତି ପାଖାପାଖି ୨ଶହ ଜଣ ଉଦ୍ଧାରକାରୀ କର୍ମଚାରୀ। ଦିନରାତି ଜାରି ରହିଛି ଅପରେସନ। ପାଇପ ଜରିଆରେ ସେମାନଙ୍କ ପାଖକୁ ଖାଦ୍ୟ, ପାଣି ସହ ଅକ୍ସିଜେନ ପଠାଯାଉଛି। ଘଟଣାସ୍ଥଳରେ ଆଜି କେନ୍ଦ୍ର ମନ୍ତ୍ରୀ ଭି କେ ସିଂହ ପହଞ୍ଚି ସେଠାରେ ସେ ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଶ୍ରମିକମାନଙ୍କୁ କେମିତି ଶୀଘ୍ର ଉଦ୍ଧାର କରାଯାଇପାରିବ ସମସ୍ତ ବ୍ୟବସ୍ଥାକୁ ପଚାରି ବୁଝିଛନ୍ତି। ସେ କହିଛନ୍ତି ଯେଉଁଠାରେ ଶ୍ରମିକମାନେ ଫସିଛନ୍ତି ସେଠାକୁ ପାଣି, ଆଲୋକ ଏବଂ ଖାଦ୍ୟ ପହଞ୍ଚୁଛି। ସମସ୍ତ ଶ୍ରମିକ ସୁରକ୍ଷିତ ଅଛନ୍ତି।
{"id":870643,"sizeSlug":"full","linkDestination":"none"}ହରକୁଲସ ବିମାନ ଜରିଆରେ ଦିଲ୍ଲୀକୁ ଏକ ଉଚ୍ଚ କ୍ଷମତା ବିଶିଷ୍ଟ ଅଗର ମେସିନ ଅଣାଯାଇଛି। ବାୟୁ ସେନାର ହରକୁଲସ ବିମାନ ଯୋଗେ ୨୫ ଟନ ଓଜନର ଏହି ଆମେରିକୀୟ ଅଗର ମେସିନ ଅଣାଯାଇଛି। ଏହି ମେସିନର ପ୍ରତି ଘଣ୍ଟାରେ ୫ ମିଟର ଗାତ ଖୋଳିପାରିବ। ଯେଉଁଠାରେ ଶ୍ରମିକମାନେ ଫସି ରହିଛନ୍ତି ସେଠାକୁ ଏକ ହୋମ୍ ପାଇପ ପଠାଯିବାକୁ ଚେଷ୍ଟା ଜାରି ରହିଛି। ଏହା ମଧ୍ୟ ଦେଇ ଶ୍ରମିକମାନେ ଗୁରୁଣ୍ଡି ଗୁରୁଣ୍ଡି ବାହାରକୁ ଆସିବେ। କିମ୍ବା ଦ୍ବିତୀୟ ବିକଳ୍ପ ହେଲା ଅତି ସତର୍କତା ସହିତ ଧସି ଥିବା ମାଟି କାଢ଼ିବା। ତେବେ ମାଟି ଅତଡ଼ା ଖସୁଥିବାରୁ ବିପଦ ବଢୁଛି। ୬୦ ମିଟର ମାଟି ଗଦା ଏବେ ୭୦ ମିଟର ହୋଇଗଲାଣି। ଯେଉଁଠାରୁ ମାଟି କଢ଼ାଯାଉଛି ସେଠାରେ ତୁରନ୍ତ କଂକ୍ରିଟ ଛାତ କରାଯାଉଛି।