ମୋହନ ମାଝୀ ସରକାରଙ୍କ ପ୍ରଥମ ବଜେଟ୍, ଜାଣନ୍ତୁ କ’ଣ ରହିଛି ନୂଆ ଯୋଜନା ?

Published By : Prameya-News7 Bureau | July 25, 2024 IST

ଭୁବେନଶ୍ଵର: ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ବଜେଟ୍ ୨୦୨୪-୨୫ ଆଗତ କରିଛନ୍ତି। ମୋଟ୍ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରାଯାଇଛି। ୨୦୨୩-୨୪ ତୁଳନାରେ ବଜେଟ୍‌ ପରିମାଣ ୧୫ ପ୍ରତିଶତ ଅଧିକ ରହିଛି। ବଜେଟ୍‌ରେ ଅନେକ ନୂତନ ଯୋଜନା ପ୍ରଣୟନ କରାଯିବା ସହ ଏ ବାବଦରେ ବ୍ୟୟ ବରାଦ କରାଯାଇଛି। 

ବଜେଟ୍‌ରେ କ’ଣ ନୂଆ ଓ କେତେ ବ୍ୟୟ ?

୧- ସୁଭଦ୍ରା ଯୋଜନା- ୧୦୦୦୦ କୋଟି

୨ – ସମୃଦ୍ଧ କୃଷକ ଯୋଜନା- ୫୦୦୦ କୋଟି

୩ – ଶ୍ରୀମନ୍ଦିର କର୍ପସ ଫଣ୍ଡ- ୫୦୦ କୋଟି

୪ – ଓଡ଼ିଆ ଅସ୍ମିତା ପାଇଁ କର୍ପସ ଫଣ୍ଡ- ୫୦୦ କୋଟି

୫ – ମାଧୋ ସିଂ ହାତ ଖର୍ଚ୍ଚ- ୧୫୬ କୋଟି

୬ – ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ- ୫୦ କୋଟି

୭ – ମହାନଦୀ ତଟ ଉନ୍ନୟନ ପ୍ରକଳ୍ପ- ୫୦ କୋଟି

୮ – ଦୀନଦୟାଲ ଶିଳ୍ପାଞ୍ଚଳ କର୍ମଚାରୀ ନିବାସ- ୫୦ କୋଟି

୯ – ଗ୍ରାମ ପଞ୍ଚାୟତ ରାସ୍ତାର ସୌର ଶକ୍ତି- ୧୦ କୋଟି

୧୦ – ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ କର୍ପସ ପାଣ୍ଠି- ୨୦୦ କୋଟି

୧୧ – ଛାତ ଉପରେ ସୌର ଶକ୍ତି ପ୍ରକଳପ ବା

ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର- ୧୦୦ କୋଟି 

୧୨ - କର୍କଟ ରୋଗୀ ସେବକମାନଙ୍କ ଧର୍ମଶାଳା ଓ ଗେଷ୍ଟ ହାଉସ- ୧୮ କୋଟି

୧୩ – ଶିଶୁ କର୍କଟ ଚିକିତ୍ସା ବ୍ୟବସ୍ଥା- ୨୫ କୋଟି

୧୪ – ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା- ୫୦୦ କୋଟି

୧୫ – ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା- ୯୨ କୋଟି

୧୬ – ଅଭ୍ୟୁଦୟ ଭାରତ ନିମିତ୍ତ ପ୍ରଧାନମନ୍ତ୍ରୀ ବିଦ୍ୟାଳୟ ଯୋଜନା- ୨୫ କୋଟି 

 

  • Budget 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.