ଥାନାରେ ପହଞ୍ଚିଲା 'INDIA' ନାମକରଣ ମାମଲା, ୨୬ ପାର୍ଟି ବିରୋଧରେ ମାମଲା ରୁଜୁ

Published By : Prameya-News7 Bureau | July 19, 2023 IST

ନୂଆଦିଲ୍ଲୀ: ବିରୋଧୀ ଦଳ ଗୁଡ଼ିକ ଦ୍ଵାରା ମେଣ୍ଟର ନାମ INDIA ନାମକରଣ ଗୋଟିଏ ଦିନ ପରେ ମାମଲା ଥାନାରେ ଯାଇ ପହଞ୍ଚିଛି। ମେଣ୍ଟର ନାମ INDIA ରଖାଯିବା ନେଇ ଦିଲ୍ଲୀର ବାରାଖମ୍ଭା ଷ୍ଟେସନରେ ମାମଲା ରୁଜୁ ହୋଇଛି। ଏଏନଆଇର ରିପୋର୍ଟ ଅନୁଯାୟୀ, ଡ. ଅବନୀଶ ମିଶ୍ର ନାମକ ଜଣେ ବ୍ୟକ୍ତି ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ହୋଇଛି ଯେ, ୨୬ ବିରୋଧୀ ଦଳ INDIA ନାମର ଅନୁଚିତ ଉପଯୋଗ କରାଯାଇଛି। ନିର୍ବାଚନରେ ଏହାର ଦୁରୁପଯୋଗ କରାଯିବ।

wp:heading {"level":4}

ଅଧିକ ପଢନ୍ତୁ- ଇଣ୍ଡିଆକୁ ନେଇ ଅସନ୍ତୋଷ ନୀତୀଶ କୁମାର, ବିଜେପି-ଜେଡିୟୁ ମୁହାଁମୁହିଁ, ଅଭିଯୋଗ ହେଲା- କଂଗ୍ରେସ ମେଣ୍ଟ ହାଇଜ୍ୟାକ କଲା

/wp:heading

ମେଣ୍ଟ ନାମ ଉପରେ ଆପତ୍ତି ପ୍ରକାଶ କରି ଅଭିଯୋଗକାରୀ ଅବନୀଶ ମିଶ୍ର ପାର୍ଟିଗୁଡ଼ିକ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି। କାରଣ ନିର୍ବାଚନରେ ଅନୁଚିତ ବ୍ୟକ୍ତିତ୍ଵ ପାଇଁ ଇଣ୍ଡିଆ ଶବ୍ଦର ବ୍ୟବହାର କରାଯାଉଛି। ଏଥିରେ ଜନମାନସଙ୍କ ଭାବନାକୁ ଆଘାତ ଲାଗିଛି। ୨୬ ରାଜନୈତିକ ଦଳ ଦେଶର ନାମକୁ ଦୁରୁପଯୋଗ କରିଥିବା ଅବନୀଶ ଅଭିଯୋଗ କରିଛନ୍ତି।

थाने पहुंचा 'INDIA' नाम रखने का मामला, 26 पार्टियों के खिलाफ दर्ज हुई शिकायत

ଏହି ମାମଲା ପ୍ରତୀକ ଅଧିନିୟମର ଧାରା ୨(ସି) ଆଧାରରେ ରୁଜୁ କରାଯାଇଛି। ପ୍ରତୀକ ଏବଂ ନାମର ଅଧିନିୟମ ଅନୁଯାୟୀ, ଏହା ଚିହ୍ନ ଏବଂ ନାଁର ବ୍ୟବହାରକୁ ନିୟନ୍ତ୍ରିତ କରିଥାଏ ଯଦ୍ଵାରା ପ୍ରତୀକର ଦୁରୁପଯୋଗ ଉପରେ ରୋକ୍ ଲଗାଯାଇ ପାରିବ। ଯଦି ପ୍ରତୀକ ଅଧିନିୟମର ଧାରା ୩ର ଉଲ୍ଲଂଘନ ହେଉଥିବା ଜଣା ପଡ଼େ ତେବେ ଦୋଷୀ ବ୍ୟକ୍ତିଙ୍କ ଉପରେ ୫୦୦ ଟଙ୍କା ଜରିମାନା ଲାଗୁ କରାଯିବାର ପ୍ରାବଧାନ ରହିଛି।

wp:heading {"level":4}

ଅଧିକ ପଢନ୍ତୁ- I.N.D.I.A.କୁ ନେଇ ବିପକ୍ଷଙ୍କୁ ଘେରିଲା ବିଜେପି, ଜାଣନ୍ତୁ ସ୍ପଷ୍ଟୀକରଣରେ କ’ଣ କହିଲା କଂଗ୍ରେସ୍?

/wp:heading

ମଙ୍ଗଳବାର ମହାରାଷ୍ଟ୍ରର ବିଜେପି ନେତା ଆଶୁତୋଷ ଦୁବେ ମଧ୍ୟ ବିରୋଧୀଙ୍କ ନାମକରଣ ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛନ୍ତି। ବିରୋଧୀ ଦଳ ନିଜର ରାଜନୈତିକ ଫାଇଦା ପାଇଁ INDIA ଶବ୍ଦର ପ୍ରୟୋଗ କରୁଛନ୍ତି। ଦେଶର ଗରିମାର ଅନାଦର କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.