ଅସାମାଜିକ ବ୍ୟକ୍ତିଙ୍କ ଅଜବ କାଣ୍ଡ, ଦୋକାନୀଙ୍କ ଉପରେ ଗରମ ଚା’ ଢାଳିଲେ

Published By : Prameya-News7 Bureau | June 15, 2024 IST

ସାଲେପୁର୧୫/୬: ଚା’ ଦୋକାନୀଙ୍କ ଉପରେ ଗରମ ଚା’ ଢାଳିଲେ ଦୁର୍ବୃତ୍ତ । କଟକ ନରଦା ପଞ୍ଚାୟତ ନାନପୁର ଅଞ୍ଚଳରେ କିଛି ଅସାମାଜିକ ବ୍ୟକ୍ତି ଏପରି କାଣ୍ଡ କରିଛନ୍ତି । ଶୁକ୍ରବାର ସଂଧ୍ୟାର ଘଟଣା । ସବୁଦିନ ପରି ଚା’ ଦୋକାନୀ ରବୀନ୍ଦ୍ର ତରାଇ ଦୋକାନ ଖୋଲିଥିଲେ । ତେବେ ହଠାତ କିଛି ବ୍ୟକ୍ତି ଆସି ରବୀନ୍ଦ୍ରଙ୍କୁ ଗାଳି ଗୁଲଜ କରିବା ସହ ଗରମ ଚା ହାଣ୍ଡି ରବିନ୍ଦ୍ରଙ୍କ ଉପରକୁ ଫୋପାଡିଥିଲେ । ଗୁରୁତର ଅବସ୍ଥାରେ ରବୀନ୍ଦ୍ରଙ୍କୁ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.