ଆଇନ ମନ୍ତ୍ରୀଙ୍କୁ ଭେଟିଲେ ଯାତ୍ରା କମିଟି ମହାସଂଘ, ଯାତ୍ରାକୁ ପ୍ରୋତ୍ସାହନ ବଦଳରେ ବ୍ୟବସାୟୀ କରଣ କରୁଥିବା ଯାତ୍ରା ଅନୁଷ୍ଠାନ ପାଇଁ ସ୍ବତନ୍ତ୍ର ନିୟମ ଦାବି

Published By : Prameya-News7 Bureau | November 05, 2024 IST

ଭୁବନେଶ୍ବର ୫।୧୧: ଆଇନ ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲା ଯାତ୍ରା କମିଟି ମହାସଂଘ । ଯାତ୍ରାକୁ ପ୍ରୋତ୍ସାହନ ବଦଳରେ ବ୍ୟବସାୟୀ କରଣ କରୁଥିବାରୁ ଯାତ୍ରା ଅନୁଷ୍ଠାନ ପାଇଁ ଏକ ସ୍ବତନ୍ତ୍ର ନିୟମ ପ୍ରସ୍ତୁତ କରିବାକୁ ଦାବି । ଏହାସହ ଯାତ୍ରାରେ ଅଶ୍ଲୀଳତା, ଦ୍ବିଅର୍ଥବୋଧକ ଶବ୍ଦ ଓ ସମାଜ ପ୍ରତି ଖରାପ ପ୍ରଭାବ ପକାଉଥିବା କିଛି ନାଟକ ଓ ବିଷୟକୁ ବିରୋଧ ନିମନ୍ତେ ଦାବି କରାଯାଇଛି । 

ବର୍ତ୍ତମାନ ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପରିବେଷଣକୁ ନେଇ ବିବାଦ ଚରମ ସୀମାରେ ପହଞ୍ଚିଛି । ବ୍ୟବସାୟିକ ଫାଇଦା ପାଇଁ ଯାତ୍ରା ଆୟୋଜକ ମାନେ ନଗ୍ନ ନୃତ୍ୟକୁ ପ୍ରଶ୍ରୟ ଦେଉଥିବା ସାଧାରଣରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଏହା ଏବେ ବିତର୍କର ପ୍ରସଙ୍ଗ ପାଲଟିଛି । ଏନେଇ ଏପଟେ ଯାତ୍ରା ମାଲିକଙ୍କୁ ସିଧାସଳଖ ଦାୟୀ କଲା ଯାତ୍ରା କମିଟି ମହାସଂଘ । ଯାତ୍ରାର ରାତି ପିଛା ମୂଲ୍ୟ ସହିତ ଟିକେଟ୍ ମୂଲ୍ୟ ବୃଦ୍ଧି ହେବାରୁ ଏଭଳି ପରିସ୍ଥିତି ଉପୁଜିଛି । ପ୍ରତ୍ୟେକ୍ଷରେ ଯାତ୍ରାକୁ ନେଇ ମାଲିକ ମାନେ ଚାପ ପକାଉଛନ୍ତି । ଯାହାକୁ ନେଇ ଅଶ୍ଲୀଳତା ବୃଦ୍ଧି ପାଉଛି । ସରକାର ଯାତ୍ରା ପରିବେଷଣ ପାଇଁ ଏକ ସ୍ୱତନ୍ତ୍ର ନିୟମାବଳୀ ଆଣିଲେ ଏହି ଅଶ୍ଲୀଳତାରେ ଅଙ୍କୁଶ ଲଗାଯାଇପାରିବ । ଏପଟେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା କୌଣସି ପ୍ରକାରରେ ଯାତ୍ରାରେ ସଂସ୍କୃତି ପରମ୍ପରାକୁ ପ୍ରଶୟ ଦିଆଯିବ ନାହିଁ । ସଂସ୍କୃତିର ସୁରକ୍ଷା ଦିଗରେ ଖୁବଶୀଘ୍ର ଏକ ନିର୍ଦ୍ଦେଶାବଳୀ ଜାରି କରାଯିବ ।

You Can Read:

ନିଖୋଜର ଦୁଇ ଦିନ ପରେ ମିଳିଲା ନାବାଳକଙ୍କ ମୃତଦେହ, କୋଏଲ ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇଥିଲେ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.