ଦୟା ନଦୀରେ ନିର୍ମାଣ ହେବ ଜଳଭଣ୍ଡାର, ଡେଲାଙ୍ଗରେ ୫ଟି ମେଗା ପାନୀୟ ଜଳ ପ୍ରକଳ୍ପ : ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ

Published By : Prameya-News7 Bureau | September 10, 2024 IST

ଭୁବନେଶ୍ବର ୧୦।୯: ଦୟା ନଦୀରେ ହେବ ୫ଟି ମେଗା ପାନୀୟ ଜଳ ପ୍ରକଳ୍ପ । ବିଧାନସଭା ପ୍ରଶ୍ନୋତ୍ତର କାଳରେ ଉତ୍ତର ରଖିଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ । ମନ୍ତ୍ରୀ ଉତ୍ତର ରଖି କହିଛନ୍ତି, ପୂର୍ବ ସରକାର କେନ୍ଦ୍ରର ଜଳ ସମ୍ପଦ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଚାହୁଁ ନଥିଲେ । ଯେଉଁଥିଲାଗି ଅନେକ ପ୍ରକଳ୍ପ ବିଳମ୍ବ ହୋଇଛି । ଠିକ୍ ସମୟରେ ସର୍ଭେ, ଡିପିଆର ପ୍ରସ୍ତୁତ ହୋଇନାହିଁ । ଆମେ ଯେତେ ଚେଷ୍ଟା କଲେ ବି କିଛି ପ୍ରକଳ୍ପ କାମ ୨୦୨୬ରେ ଶେଷ ହେବ । ଦୟାରୁ ଜଳ ଉଠାଣ ପାଇଁ ୫ଟି ମେଗା ପାନୀୟ ଜଳ ପ୍ରକଳ୍ପ ଡେଲାଙ୍ଗରେ ହେବ । ଦୟା ନଦୀରେ ଜଳଭଣ୍ଡାର ନିର୍ମାଣ ହେବ ।  

ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ । ଏହି ପ୍ରସଙ୍ଗରେ ବାଚସ୍ପତିଙ୍କ ପରାମର୍ଶ ରହିଲା ଯେ, ପ୍ରଦୂଷଣ ମୁକ୍ତ ଜଳ ସଂରକ୍ଷଣକୁ ସରକାର ଗୁରୁତ୍ଵ ଦିଅନ୍ତୁ ।

ସେପଟେ ସମୁଦ୍ରର ଲୁଣି ପାଣିକୁ ପିଇବା ପାଣିରେ ପରିବର୍ତ୍ତନ କରିବା ପାଇଁ ଗୋଟେ କମ୍ପାନୀ ଖୁବ୍‌ଶୀଘ୍ର ଓଡିଶାକୁ  ଆସିବାକୁ ଯାଉଛି । ଯେଉଁ କମ୍ପାନୀ ପ୍ରାରମ୍ଭିକ ପର୍ଯ୍ୟାୟରେ ଲୁଣି ପାଣିକୁ ପରୀକ୍ଷା କରିବା ପରେ ନିଷ୍ପତ୍ତି ନିଆଯାଇ ପାରିବ । ବିଧାନସଭାରେ ସୂଚନା ଦେଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାଏକ ।

You Can Read:

ବଲାଙ୍ଗୀରରେ ଗୋଷ୍ଠୀ ସଂଘର୍ଷ : ଜଣଙ୍କର ମୃତ୍ୟୁ, ଦୁଇ ଜଣ ଗୁରୁତର

 

  • odisha
  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.