କାଙ୍ଗାଳ କରିଦିଏ ଏହି ଗ୍ରହ, ଜାଣନ୍ତୁ କିପରି କରିବେ ଏହି ଗ୍ରହଙ୍କ ପ୍ରତିକାର...

Published By : Prameya-News7 Bureau | July 25, 2024 IST

ନୂଆଦିଲ୍ଲୀ ୨୫।୦୭: ଗ୍ରହମାନଙ୍କର ଖରାପ ସ୍ଥିତି ଜୀବନ ଉପରେ ପକାଇଥାଏ ବଡ ପ୍ରଭାବ । ଏହାର ପ୍ରଭାବରେ ବ୍ୟକ୍ତି କ୍ରମାଗତ ଆର୍ଥିକ ସଙ୍କଟ ଦେଇ ଗତି କରିଥାନ୍ତି ।  ତେବେ ଆସନ୍ତୁ ଜାଣିବା ସେହି ଗ୍ରହଗୁଡ଼ିକ ବିଷୟରେ ଯେଉଁ କାରଣରୁ ଜଣେ ବ୍ୟକ୍ତି ଦାରିଦ୍ର୍ୟର ସମ୍ମୁଖୀନ ହେବାକୁ ପଡେ । ଆଉ ଏଥିରୁ ମୁକ୍ତି ପାଇବା ପାଇଁ କଣ ଉପାୟ କରିବା ଉଚିତ୍ । 

ରାଶିରେ ଶନିଙ୍କ ଖରାପ ସ୍ଥିତି ରହିଲେ ଜଣେ ବ୍ୟକ୍ତି ରାଜାରୁ ହୋଇଯାଏ କାଙ୍ଗାଳ । ଆର୍ଥିକ ସ୍ଥିତିରେ ଦୁର୍ବଳ, ଚାକିରି ଏବଂ ବ୍ୟବସାୟରେ କ୍ଷତି, ଆଇନଗତ ମାମଲାରେ ଛନ୍ଧି ହେବା, ବିବାହରେ ବାଧା ଉପୁଜିବା ଶନିଙ୍କ କୋପରୁ ହୋଇଥାଏ । ଶନିଦେବଙ୍କ ମନ୍ଧ ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ଶନିବାର ଦିନ ଶନିଦେବଙ୍କୁ ସୋରିଷ ତେଲ ଅର୍ପଣ ସହ ସୋରିଷ ତେଲରେ ଦୀପ ଜାଳିବା ଉଚିତ୍ ।  

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ରାଶିରେ ରାହୁଙ୍କ ଖରାପ ପ୍ରଭାବ ଯୋଗୁଁ ବ୍ୟକ୍ତିର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ। ଏହାସହିତ ବ୍ୟକ୍ତିଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡିଥାଏ । ରାହୁଙ୍କ ଖରାପସ୍ଥିତିକୁ ଏଡାଇବା ପାଇଁ ନିୟମିତ ୧୦୮ଥର "ଓମ୍ ରା ରାହବେ ନମଃ" ମନ୍ତ୍ର ଜପ କରିବା ଉଚିତ୍ । 

ରାଶିରେ ମଙ୍ଗଳ ଗ୍ରହର ଖରାପ ପ୍ରଭାବ ରହିଲେ ବ୍ୟକ୍ତିର ଜୀବନ ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ । ଏହି କାରଣରୁ ଟଙ୍କା ନଷ୍ଟ ହୁଏ, ଆର୍ଥିକ ଅବସ୍ଥା ଦୁର୍ବଳ ହୋଇଯାଏ ଏବଂ ବ୍ୟକ୍ତି ଋଣରେ ବୁଡ଼ିଯାଏ । ମଙ୍ଗଳ ଗ୍ରହ କୋପରୁ ରକ୍ଷା ପାଇଁ ମଙ୍ଗଳବାର ହନୁମାନ ଜୀଙ୍କୁ ପୂଜା କରାଯିବା ଉଚିତ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.