କେଉଁଠି ରହିଛି ବ୍ଲାକ୍ ଫରେଷ୍ଟ ? ଯାହା ନାଁରେ ପ୍ରସ୍ତୁତ ହୁଏ ଦୁନିଆର ସବୁଠାରୁ ସୁସ୍ବାଦୁ କେକ୍…

Published By : Prameya-News7 Bureau | November 04, 2024 IST

ନୂଆଦିଲ୍ଲୀ ୦୪।୧୧: ସମସ୍ତେ ନିଶ୍ଚୟ ବ୍ଲାକ୍ ଫରେଷ୍ଟ କେକ୍ ଖାଇଥିବେ । କିନ୍ତୁ ଜାଣନ୍ତି କି ଏହି ନାଁ କେଉଁଠୁ ଆସିଛି ? ସତରେ କଣ ଏହି ନାଁରେ କୌଣସି ସ୍ଥାନ ରହିଛି ? ବାସ୍ତବରେ ଏହି ସ୍ଥାନ ପ୍ରକୃତରେ ପୃଥିବୀରେ ରହିଛି । 

ଏହି ସ୍ଥାନଟି ଜର୍ମାନୀର ଏକ ପ୍ରସିଦ୍ଧ ପ୍ରାକୃତିକ ସ୍ଥାନ ମଧ୍ୟରୁ ଅନ୍ୟତମ । ଯାହା ଏହାର ସବୁଜ ଗଛ ଏବଂ ଶାନ୍ତ ହ୍ରଦ  ପାଇଁ ପରିଚିତ । ଯଦିଓ ଏହାର ନାଁ ବ୍ଲାକ୍ ଫରେଷ୍ଟ, କିନ୍ତୁ ଏହି ଜଙ୍ଗଲର ସୌନ୍ଦର୍ଯ୍ୟ ଦୁନିଆର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେନି । 

କୁହାଯାଏ ଯେ ରୋମ ବାସୀୟ ମାନେ ଏହି ଜଙ୍ଗଲର ପର୍ବତମାଳାକୁ "ବ୍ଲାକ୍ ଫରେଷ୍ଟ" ନାଁରେ ନାମିତ କରିଥିଲେ । ଯାହା ପରେ ଏହା ଲୋକପ୍ରିୟ ହୋଇଥିଲା । ଏହାର କାରଣ ହେଉଛି ଏହି ଅଞ୍ଚଳରେ ଘନ କୋନିଫର୍ସ ଗଛ ଦେଖିବାକୁ ମିଳେ । ଯାହା ଦେଖିବାକୁ ବହୁତ ଗାଢ ରଙ୍ଗର ହୋଇଥାଏ । ଏହା ଦେଖିବାକୁ ବହୁତ ଭୟାନକ ହୋଇଥାଏ ।  

ବ୍ଲାକ୍ ଫରେଷ୍ଟ ବିଷୟରେ ସବୁଠାରୁ ବଡ କଥା ହେଉଛି ଏଠାରୁ ହିଁ କୁକୁ କ୍ଲକ୍ର ଜନ୍ମ ହୋଇଥିଲା । ଏସବୁ ବ୍ୟତୀତ ଏଠାରେ ମିଳିଥାଏ ସୁସ୍ବାଦୁ ଖାଦ୍ୟ । ବାସ୍ତବରେ ଏହି ବ୍ଲାକ୍ ଫରେଷ୍ଟରେ ଅତି କମରେ ୧୭ଟି ମିସେଲିନ୍ ଷ୍ଟାର୍ ରେଷ୍ଟୁରାଣ୍ଟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.