ଫ୍ରିଜରେ ରଖନ୍ତୁନି ଏହି ସବୁ ଖାଦ୍ୟ, ଶୀଘ୍ର ହୋଇଯାଏ ନଷ୍ଟ

Published By : Prameya-News7 Bureau | September 29, 2024 IST

ନୂଆଦିଲ୍ଲୀ ୨୯।୦୯: ବର୍ତ୍ତମାନ ସମୟରେ ଘରେ ଘରେ ଫ୍ରିଜ୍‌ । ଖାଦ୍ୟ ଖରାପ ହୋଇଯିବ ଭାବି ସମସ୍ତେ ଖାଦ୍ୟକୁ ଫ୍ରିଜରେ ରଖି ଦିଅନ୍ତି । କିନ୍ତୁ ଜାଣନ୍ତି କି ଏପରି କିଛି ଖାଦ୍ୟ ରହିଛି ଯାହାକୁ ଫ୍ରିଜରେ ରଖିବାକୁ କରାଯାଇଛି ବାରଣ । ଆସନ୍ତୁ ଜାଣିବା ସେଗୁଡିକ ବିଷୟରେ... 

ଟମାଟୋ । ଏଥିରେ ମିଳିଥାଏ ଲାଇକୋପିନ୍ । ଏହା ଟମାଟୋରେ ମିଳୁଥିବା ଏକ କାରୋଟିନାଏଡ୍ ଆଣ୍ଟିଅକ୍ସିଡାଣ୍ଟ । ଫ୍ରିଜରେ ଅଧା ଟମାଟୋକୁ ରଖନ୍ତୁ ନାହିଁ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଏହା ବିପଜ୍ଜନକ । ଅଧା ଟମାଟୋକୁ ଫ୍ରିଜରେ ରଖିବା ଦ୍ବାରା ଲାଇକୋପିନ୍‌ର ସଂରଚନା ବଦଳିଯାଇଥାଏ । ଆଉ ଗ୍ଲାଇକୋଅଲ୍କଲାଇଡ୍‌ରେ ପରିଣତ ହୋଇଥାଏ । ଏହି ଗ୍ଲାଇକୋଅଲ୍କଲାଇଡ୍ ଶରୀର ପାଇଁ କ୍ଷତିକାରକ ହୋଇପାରେ।

ଆଳୁକୁ କେବେବି ରେଫ୍ରିଜରେଟରରେ ରଖିବା ଉଚିତ୍ ନୁହେଁ । ଖାସ କରି ଅଧା କଟା ଆଳୁକୁ ଫ୍ରିଜ୍‌ରେ ରଖିବା ବହୁ କ୍ଷତିକାରକ । ଥଣ୍ଡା ତାପମାତ୍ରା ହେତୁ ଆଳୁର ଷ୍ଟାର୍ଚ ସୁଗାରରେ ପରିଣତ ହୁଏ ଏବଂ ସୁଗାର ସ୍ୱାସ୍ଥ୍ୟ ପାଇଁ ବହୁ ଖରାପ।

ଫ୍ରିଜରେ କଟା ପିଆଜ ରଖନ୍ତୁ ନାହିଁ । ଏହା ଆର୍ଦ୍ରତାକୁ ଶୋଷିଥାଏ ଏବଂ ଓଦା ହୋଇଯାଏ।  ଫଳରେ ରଖାଯାଇଥିବା ଅନ୍ୟ ଖାଦ୍ୟ ସାମଗ୍ରୀର ସ୍ୱାଦ ଉପରେ ଏହା ପ୍ରଭାବ ପକାଇଥାଏ । 

ରସୁଣରୁ ଚୋପା ଛଡେଇ କେବେବି ଫ୍ରିଜ୍‌ରେ ରଖନ୍ତୁନ୍ତି । ଏପରି କରିବା ଦ୍ବାରା ଥଣ୍ଡା ତାପମାତ୍ରା ଯୋଗୁଁ ରସୁଣ ନଷ୍ଟ ହୋଇଯାଏ । ଗୁଣବତ୍ତା ଖରାପ ହେବା ସହିତ ଏହାର ସ୍ୱାଦ ମଧ୍ୟ ବଦଳିଯାଏ। 

କଦଳୀକୁ ଫ୍ରିଜରେ ରଖନ୍ତୁନି । ଏହାର ସତେଜତା ଏବଂ ସ୍ୱାଦ କମିଯାଏ। ଏହା ଖୁବ୍ ଶିଘ୍ର ନଷ୍ଟ ହୋଇଯାଏ। 

ମହୁକୁ ଫ୍ରିଜରେ ରଖିବା ଉଚିତ୍ ନୁହେଁ । ଏହାକୁ ଫ୍ରିଜରେ ରଖିବା ଦ୍ୱାରା ମହୁ ନଷ୍ଟ ହୋଇଥାଏ। ମହୁରେ ଥିବା ଜଳୀୟ ଅଂଶ ଫ୍ରିଜ୍‌ର ଥଣ୍ଡା ପ୍ରଭାବିତ ହୋଇ ମହୁର ଗୁଣକୁ ନଷ୍ଟ କରିଥାଏ । ଯାହା ଫଳରେ ମହୁ ନଷ୍ଟ ହୋଇଯାଏ।

 

ବ୍ରେଡ୍

ରେଫ୍ରିଜରେଟରରେ ବ୍ରେଡ୍ର ସ୍ୱାଦ ବଦଳିଯାଏ। ବ୍ରେଡ୍ ଫ୍ରିଜରେ ରଖିଲେ ନଷ୍ଟ ହୋଇଯାଏ। ଏହା ବ୍ୟତୀତ ଏହାକୁ ଫ୍ରିଜ୍‌ରେ ରଖିବା ଦ୍ୱାରା ଏଥିରେ ଫଙ୍ଗସ୍ ହୋଇଯାଏ, ଯାହା ଏହାକୁ ନଷ୍ଟ କରିଥାଏ। ତେଣୁ ଆପଣ ରୁମ୍‌ ତାପମାତ୍ରାରେ ବ୍ରେଡ୍ ରଖିପାରିବେ। ଆପଣ ଏକ ଏୟାର ଟାଇଟ୍ ପାତ୍ରରେ ବ୍ରେଡ୍ ଷ୍ଟୋର୍ କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.