ବିଶ୍ୱକପ୍‌ ୨୦୨୩ : ସେମି ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ଫୁଟବଲର

Published By : Prameya-News7 Bureau | November 14, 2023 IST

ମୁମ୍ବାଇ ୧୪।୧୧ : ଦିନିକିଆ ବିଶ୍ୱକପ୍‌ ପାଇଁ ବିସିସିଆଇ ପକ୍ଷରୁ ବିଶ୍ୱର ଅନେକ ପ୍ରସିଦ୍ଧ ଖେଳାଳିମାନଙ୍କୁ ଭାରତୀୟ ଜର୍ସି ଉପହାର ଦିଆଯାଇଥିଲା । ସେମାନଙ୍କ ମଧ୍ୟରୁ କିଛି ଖେଳାଳି ସୋସିଆଲ୍‌ ମିଡିଆରେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲ୍‌ ମୁକାବିଲା ପୂର୍ବରୁ ଜର୍ମାନୀ ଏବଂ ବାୟର୍ନ ମ୍ୟୁନିକର ପ୍ରସିଦ୍ଧ ଫୁଟବଲ୍‌ର ଥୋମାସ ମୁଲର ଟିମ୍‌ ଇଣ୍ଡିଆକୁ ଶୁଭକାମନା ଜଣାଇଛନ୍ତି ।

ସେ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ପୋଷ୍ଟ କରିବା ସହ ବିରାଟ କୋହଲିଙ୍କୁ ମଧ୍ୟ ସେୟାର କରିଛନ୍ତି । ଭିଡିଓରେ ମୁଲର ଭାରତୀୟ ଦଳର ଜର୍ସି ପରିଧାନ କରି ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳିଛି । ସେ ଟ୍ୱିଟ୍‌ କରିଛନ୍ତି, ଦେଖ ବିରାଟ କୋହଲି । ଜର୍ସି ପାଇଁ ଟିମ୍‌ ଇଣ୍ଡିଆକୁ ଧନ୍ୟବାଦ । ବିଶ୍ୱକପ୍‌ ମ୍ୟାଚ୍‌ ପାଇଁ ପୁରା ଟିମ୍‌କୁ ଶୁଭକାମନା ।’ ଏହି ବିଶ୍ୱକପ୍‌ରେ ଆପଣଙ୍କ ଦଳ ବହୁତ ଭଲ କରିଛି । ଆଗକୁ ମଧ୍ୟ ଏହାକୁ ଜାରି ରଖିବ ବୋଲି ମୋର ଆଶା ।

wp:embed {"url":"https://www.prameyanews7.com/world-cup-2023-dua-lipa-to-perform-at-closing-ceremony/","type":"wp-embed","providerNameSlug":"prameya-news-7"}
https://www.prameyanews7.com/world-cup-2023-dua-lipa-to-perform-at-closing-ceremony/
/wp:embed

ତେବେ ୨୦୧୪ରେ ଜର୍ମାନୀର ଫିଫା ବିଶ୍ୱକପ୍‌ ଟାଇଟଲ୍‌ ସଫଳତା ପଛରେ ମୁଲରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା । ଏହି ବିଶ୍ୱକପ୍‌ରେ ସେ ଦ୍ୱିତୀୟ ସର୍ବାଧିକ ୫ଟି ଗୋଲ୍‌ ସ୍କୋର କରିଥିଲେ । ଫୁଟ୍‌ବଲ ଜଗତରେ ଜଣେ ପ୍ରସିଦ୍ଧ ନାଁ ଭାବେ ବେଶ୍‌ ଜଣାଶୁଣା ମୁଲର ।

ସୂଚନାଯୋଗ୍ୟ ଯେ, ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ଭାରତ ସେମି ଫାଇନାଲରେ ଏଣ୍ଟ୍ରି କରିଛି । ଲିଗ୍‌ ପର୍ଯ୍ୟାୟରେ ସମସ୍ତ ୯ଟି ଯାକ ମୁକାବିଲାରେ ଟିମ୍‌ ଇଣ୍ଡିଆ ବିଜୟୀ ହୋଇଛି । ଆଉ ପ୍ରଥମ ଦଳ ଭାବେ ସେମିକୁ କରିଥିଲା ଏଣ୍ଟ୍ରି । ଆଉ ଏବେ ମୁମ୍ବାଇର ଓ୍ୱାଙ୍ଖେଡ ଷ୍ଟାଡିୟମ୍‌ରେ ନ୍ୟୁଜିଲାଣ୍ଡ ସହ ଭାରତ ଖେଳିବ ପ୍ରଥମ ସେମିଫାଇନାଲ । ଏଥି ପାଇଁ ଉଭୟ ଟିମ୍‌ ମଧ୍ୟ ମୁମ୍ବାଇରେ ପହଞ୍ଚି ସାରିଛନ୍ତି । ଦଳ ଅଭ୍ୟାସ ମଧ୍ୟ ଆରମ୍ଭ କରିଛନ୍ତି ।

wp:embed {"url":"https://www.prameyanews7.com/shehnaaz-gill-badrinath-dham-with-rumored-boyfriend-raghav-juyal/","type":"wp-embed","providerNameSlug":"prameya-news-7"}
https://www.prameyanews7.com/shehnaaz-gill-badrinath-dham-with-rumored-boyfriend-raghav-juyal/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.