ଅବକାରୀ ବିଭାଗ ପଞ୍ଝାରେ ବ୍ରାଉନସୁଗାର ବେପାରୀ, ଜଣେ ଯୁବତୀଙ୍କ ସମେତ ୩ ଗିରଫ

Published By : Prameya-News7 Bureau | September 01, 2024 IST

ଭୁବନେଶ୍ବର ୧।୯: ଅବକାରୀ ବିଭାଗ ପଞ୍ଝାରେ ବ୍ରାଉନସୁଗାର ବେପାରୀ I ଚଢାଉ ବେଳେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ଟିମ୍ I ସେମାନଙ୍କ ନିକଟରୁ ୨୭୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି I 

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ବଡ଼ଗଡ଼ ଥାନା ଅନ୍ତର୍ଗତ କଳ୍ପନା ଅଞ୍ଚଳରେ ଚଢାଉ କରିଥିଲା ଅବକାରୀ ବିଭାଗ । ଚଢାଉ ବେଳେ ୨୭୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ I ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଅଧିକ ହେବ I ଜଣେ ବିଟେକ୍ ଛାତ୍ରୀଙ୍କ ସହ ଦୁଇ ଜଣ ଯୁବକ ରାହୁଲ ନାୟକ ଓ ଶୁଭ୍ରାଜ୍ୟୋତି ମହାନ୍ତିକୁ ଗିରଫ କରିଛି ଅବକାରୀ ଟିମ୍ । ୨୭୫ ଗ୍ରାମ ବ୍ରାଉନ ସୁଗାର ଏବଂ ଗୋଟିଏ ଦାମୀ କାର ଜବତ ହୋଇଛି । ଏ ନେଇ ଅବକାରୀ କମିଶନର ନରସିଂହ ଭୋଳ ସୂଚନା ଦେଇଛନ୍ତି ।

You Can Read:

ଗ୍ରାହକ ହୋଇ ଯାଇଥିଲେ ଶିକାରୀଙ୍କୁ ଧରିଲେ : ୭ ଗିରଫ ସହ ବାଘ ନିଶ, ଦାନ୍ତ ଓ ନଖ ଜବତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.