ଗ୍ରାହକ ହୋଇ ଯାଇଥିଲେ ଶିକାରୀଙ୍କୁ ଧରିଲେ : ୭ ଗିରଫ ସହ ବାଘ ନିଶ, ଦାନ୍ତ ଓ ନଖ ଜବତ

Published By : Prameya-News7 Bureau | September 01, 2024 IST

ବୌଦ୍ଧ ୧।୯: ବୌଦ୍ଧରେ ଶିକାର ରାଜଧାନୀରେ ଡିଲ୍ । ଡିଲ୍ ବେଳେ ମାଡ଼ି ବସିଲା ବନ ବିଭାଗ । ରାଜଧାନୀ ଉପକଣ୍ଠରୁ କଲରାପତରିଆ ବାଘ ଛାଲ ଜବତ ହୋଇଛି । ତମଣ୍ଡୋ କାଶୀପୁର ମୌଜା ବଳିଆପଡା ଗାଁ ଖେଳ ପଡିଆ ନିକଟରୁ ଏହି ବାଘ ଛାଲ ଜବତ ହୋଇଛି । ୭ ଜଣ ଶିକାରୀଙ୍କୁ ଗିରଫ କରିଛି ନଗର ବନଖଣ୍ଡ । ଏମାନଙ୍କ ସହ ସାମିଲ ଅଛନ୍ତି ଜଣେ ଓଆଇଏସ୍‌ଏଫ ଯବାନ । 

ରାଜଧାନୀ ସାଜିଛି ଶିକାରୀଙ୍କ ଡ଼ିଲ୍ ସ୍ଥଳ । ଏମିତି କିଛି ସୁରାକ ପାଇ ଗତ ୨୮ ତାରିଖରେ ବନ ବିଭାଗର ଜଣେ କର୍ମଚାରୀ ସାଜିଥିଲେ ନକଲି ଗ୍ରାହକ । ୧୦ ଲକ୍ଷ ଟଙ୍କାରେ ହୋଇଥିଲା ଡ଼ିଲ୍ । ଗ୍ରାହକ ହୋଇ ଯାଇଥିଲେ ଶିକାରୀଙ୍କୁ ଧରିଲେ । ୭ ଜଣ ଶିକାରୀଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୫ଟି ମୋବାଇଲ, ବାଘ ନିଶ, ବାଘ ଦାନ୍ତ ଓ ବାଘ ନଖ ଜବତ ହୋଇଛି ।

You Can Read:

ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସିଲା ଦୁଇ ଜିରାଫ, ରହିବେ ନନ୍ଦନକାନନରେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.