କଲରାପତରିଆ ବାଘ ମାରି ମାଂସ ରାନ୍ଧି ଖାଇଗଲେ, ୩ ଶିକାରୀ ଗିରଫ

Published By : Prameya-News7 Bureau | August 28, 2024 IST

ସମ୍ବଲପୁର ୨୮।୮: କଲରାପତରିଆ ବାଘ ଶିକାର । ମାଂସ ରାନ୍ଧି ଖାଇଗଲେ ଶିକାରୀ । ରେଢାଖୋଲ ବନଖଣ୍ଡ ନାକଟିଦେଉଳ ବ୍ଲକ ଗିରିଶଚନ୍ଦ୍ରପୁର ରେଞ୍ଜ ଲଣ୍ଡାକୋଟ ଜଙ୍ଗଲରେ ଶିକାର କରି ରାନ୍ଧି ଖାଇଛନ୍ତି ଶିକାରୀ । ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ । ଏହି ଘଟଣାରେ ବନ ବିଭାଗ ଅଭିଯୁକ୍ତଙ୍କ ଠାରୁ ବାଘ ଛାଲ, ବାଘ ମୁଣ୍ଡର ଖପୁରୀ, ରନ୍ଧା ମାଂସ ସମେତ ନଖ ଓ ଅନ୍ଯ ସାମଗ୍ରୀ ଜବତ କରିଛି । ସେହିପରି ଅଭିଯୁକ୍ତଙ୍କ ଠାରୁ ସମ୍ବର ଶିଙ୍ଗ ମଧ୍ଯ ଜବତ କରାଯାଇଛି । ଦେଶୀ ବନ୍ଧୁକରେ ଏହି ଶିକାର କରାଯାଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ସୋମବାର ରାତିରେ ଲଣ୍ଡାକୋଟ ଜଙ୍ଗଲରୁ କଲରାପତରିଆ ଶିକାର କରି ମାଂସ ରନ୍ଧା ହେଉଥିବା ଖବର ପାଇ ବନ ବିଭାଗ ଚଢାଉ କରିଥିଲା । ତେବେ ଘଟଣାସ୍ଥଳରେ ମାଂସ ରନ୍ଧା ଚାଲିଥିବା ଅବସ୍ଥାରେ ଧରିଥିଲା ବନ ବିଭାଗ । ଏହି ଘଟଣାରେ ପବିତ୍ର ମହାନନ୍ଦ, ପ୍ରଫୁଲ୍ଲ ବାର୍ଲା ଓ କୁଆଁର ଟପ୍ପୋକୁ ଗିରଫ କରାଯାଇଛି ।

You Can Read:

ପିପିଲିରେ ଅଣାୟତ୍ତ ହେଉଛି ବାର୍ଡ ଫ୍ଲୁ, କଣ୍ଟେନମେଣ୍ଟ ଘୋଷଣା ପରେ ବି ରାତି ଅଧରେ କୁକୁଡ଼ା ଚାଲାଣ !

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.