ପିପିଲିରେ ଅଣାୟତ୍ତ ହେଉଛି ବାର୍ଡ ଫ୍ଲୁ, କଣ୍ଟେନମେଣ୍ଟ ଘୋଷଣା ପରେ ବି ରାତି ଅଧରେ କୁକୁଡ଼ା ଚାଲାଣ !

Published By : Prameya-News7 Bureau | August 28, 2024 IST

କଣାସ ୨୮।୮: ଅଣାୟତ ହେଉଛି ପିପିଲିରେ ବାର୍ଡ଼ ଫ୍ଲୁ । କୁକୁଡ଼ା ମରା ଅଭିଯାନ ଜାରି ରଖିଛି ରାପିଡ଼ ରେସ୍ପନ୍ସ   ଟିମ୍ । ପିପିଲିରେ ୨୩, ସତ୍ୟବାଦୀରେ ୧୪ ଜଣିଆ ଟିମ୍ ନିୟୋଜିତ ହେବେ । ୪ ଦିନ ଭିତରେ ୨୮ ହଜାର ୨୫୫ଟି ବ୍ରଏଲର, ୧୫୫ଟି ଦେଶୀ କୁକୁଡ଼ା, ୭୪ଟି ଦେଶୀ ଅଣ୍ଡା, ୨ଟି ବତକ ମରି ସାରିଲେଣି । ସନ୍ଦେହରେ ପିପିଲିର ୪୦ଟି ଗ୍ରାମ ପାଇଁ ୨୮ ଜଣ ଆଶା କର୍ମୀଙ୍କୁ ନିୟୋଜିତ କଲା ପ୍ରଶାସନ । 

ସେପଟେ ସତ୍ୟବାଦୀ ପ୍ରଶାସନ ସାରଙ୍ଗଯୋଡ଼ି ପଞ୍ଚାୟତରେ ବ୍ୟାନର ମାରି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ପିପିଲି ଆଖପାଖ ଅଞ୍ଚଳ ମଧ୍ୟରେ ୨୦୨  ଜଣକୁ ଜ୍ୱର କାଶର ଚିକିତ୍ସା ହୋଇଥିବା ସୂଚନା ମିଳିଛି । ବୁଧବାର ସଂକ୍ରମିତ ଅଞ୍ଚଳରେ ଥିବା ଫାର୍ମ ଓ ଘରେ କୁକୁଡ଼ା ଆଉ ରହିଛି କି ନାହିଁ ଆରଆର ଟିମ୍ ଖୋଜାଖୋଜି ଜାରି ରଖିଛନ୍ତି । ସନ୍ଧାନ ମିଳିଲେ ଏହାକୁ ମରାଯିବା ବୋଲି ପିପିଲି ପଶୁ ଚିକିତ୍ସିକ କହିଛନ୍ତି । ଏହାଛଡା ପିପିଲିରୁ ଅନ୍ୟ ସ୍ଥାନକୁ ବେଧଡ଼କ ଭାବରେ କୁକୁଡ଼ା ଚାଲାଣ ହେଉଥିଲା ବେଳେ ଏହି କୁକୁଡ଼ା ଗୁଡିକ ସଂକ୍ରମିତ ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ଦିନ ଦ୍ବିପ୍ରହର ହେଉ କି ରାତିରେ  ଚାଲାଣ ହେଉଛି ହଜାର ହଜାର ସଂଖ୍ୟାରେ କୁକୁଡ଼ା । ପିପିଲି ବଜାରର ବିଭିନ୍ନ କୁକୁଡ଼ା ମାଂସ ଦୋକାନରେ ବିକ୍ରି ହେଉଥିବା ବେଳେ ଏହି ମାଂସ  ସଂକ୍ରମିତ କି ନୁହେଁ ତାହା ସନ୍ଦେହରେ ରହିଛି ।

You Can Read:

ଧର୍ମଶାଳା ବିଧାୟକଙ୍କ ଅଫିସ ସମ୍ମୁଖରୁ ଖୋକା ଜବତ, ଥାନାରେ ମାମଲା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.